pr

ମୁନେଇକେଲ ଗ୍ରାମରେ ସାବିତ୍ରୀ ବାଈ ଫୁଲେଙ୍କ ଜୟନ୍ତୀ ପାଳନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ମୁନେଇକେଲ ଗ୍ରାମରେ ଲକ୍ଷେଘର ଗଣ୍ଡା ସମାଜ ଏବଂ ଭୀମ ପାଠଶାଲା ମିଳିତ ଉଦ୍ୟମରେ ଆଜି କ୍ରାନ୍ତୀଜ୍ୟୋତି ସାବିତ୍ରୀ ବାଈ ଫୁଲେଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସଭାକୁ ସାମାଜିକ କର୍ମୀ ସରୋଜ ସୁନା ସଂଚାଳନ କରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଲକ୍ଷେଘର ଗଣ୍ଡା ସମାଜର ଝାରବନ୍ଧ ବ୍ଳକ କାର୍ୟ୍ୟାରୀ ସଭାପତି ତଥା ଭଣ୍ଡାରିପୁରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଭୋଜରାଜ ବାଗ ଉପସ୍ଥିତ ରହି ସାବିତ୍ରୀ ବାଈ ଫୁଲେଙ୍କର ଜୀବନ କାହାଣୀ ଓ ସମାଜବାଦୀ କାର୍ୟ୍ୟକଳାପ ବିଷୟରେ ବର୍ଣ୍ଣନା କରିଥିଲେ । କିଶୋର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ତୁଳାରାମ ବୁଦ୍ଧ ମୁଖ୍ୟବକ୍ତା ଭାବରେ ଉପସ୍ଥିତ ରହି ଫୁଲେଙ୍କର ନାରୀ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ଛୁଆମାନଙ୍କୁ ଖାତା, କଲମ ଓ ଚକୋଲେଟ୍ ବଣ୍ଟନ ଏବଂ ଭୀମ ପାଠଶାଳାର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ବରିବେଷଣ କରାଯାଇଥିଲା । କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଛାତ୍ର ଡଲଫିନ୍ ସୁନା, ତ୍ରିଲୋଚନ ସେଠ, ଗଣେଷ ସୁନା, ଚତୁର୍ଭୁଜ ବରିହା, ପୂର୍ଣ୍ଣିଚନ୍ଦ୍ର ସୁନା , ତ୍ରିଲୋଚନ ସୁନା ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ହେମନ୍ତ ସୁନା କୃତଜ୍ଞତା ଜ୍ଞାପନ କରିଥିଲେ ।

nrusinghnath
Leave A Reply

Your email address will not be published.