କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ହେଉଛି ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ । ଏହି ଅବସରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେପି ତରଫରୁ ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ କେସିଙ୍ଗା ନଗର କାର୍ଯ୍ୟାଳୟରେ ଅଟଳଜୀଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ ଓ ଅଗରବତୀ ଜାଳି ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ତା’ପରେ କେସିଙ୍ଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଜେପି କର୍ମୀଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରାଯାଇଥିଲା । ତା’ପରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ବ୍ରେଡ ଓ ଫଳ ବଣ୍ଟନ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିଲେ କେସିଙ୍ଗାର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ।