ଓଲଟିଲା ଭ୍ୟାନ : ୧୫ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଭ୍ୟାନ୍‌ ଓଲଟି ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଝିଅ ବାହାଘର ସମାପ୍ତ ପରେ ସାନଟିକା ଗାଁରୁ କନ୍ୟା ଛାଡି଼ ବେହେରାମାଲ ନିକଟସ୍ଥ କୁଡ଼ାଡେ଼ରା ଗାଁକୁ ପ୍ରାୟ ୨୫ ଜଣ ଯାତ୍ରୀ ଭ୍ୟାନ୍‌ରେ ଫେରୁଥିଲେ । ଫେରିବା ବେଳେ ଲୋଇସିଂହା ପିପିଲିପାଲି ଠାରେ ଏକ ବାଇକ୍‌ ସାମ୍‌ନା ଆଡ଼ୁ ମାଡ଼ି ଆସିବାରୁ ତାକୁ ବଂଚାଇବାକୁ ଯାଇ ଭ୍ୟାନ୍‌ଟି ରାସ୍ତା କଡରେ ଓଲଟି ଯାଇଥିଲା । ଏଥିରେ ପ୍ରାୟ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ । ତେବେ ୧୫ ଜଣ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଯୋଗୁଁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.