ଓଲଟିଲା ପିକ୍‌ନିକ୍‌ ଗାଡ଼ି

ଟିଟିଲାଗଡ : ଓଲଟିଲା ପିକ୍‌ନିକ୍‌ ଗାଡ଼ି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିକଟସ୍ଥ କତରକେଲା ଫାଟକ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ହଲଦୀରୁ କଳାହାଣ୍ଡିର ଗୁର୍ଜିମୁଣ୍ଡାକୁ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ୩୦ ଜଣ ଯାତ୍ରୀ ପିକ୍‌ନିକ୍‌ ଲାଗି ଯାଉଥିଲେ । ହେଲେ ଟିଟିଲାଗଡ଼ ନିକଟସ୍ଥ କତରକେଲା ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା ପିକ୍‌ନିକ୍‌ ଗାଡ଼ି । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଶିଶୁ ରହିଛନ୍ତି ।ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.