oom

କେନ୍ଦୁ ପତ୍ର ତୋଳାଳୀଙ୍କ ଦ୍ଵାରା କେନ୍ଦୁଲିଫ୍‌ ଅଫିସ ଘେରାଉ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପାଖଣ୍ଡ ଅଞ୍ଚଳର ବହୁ ଲୋକେ ଗାଁ ନିକଟରେ ଥିବା ଜଙ୍ଗଲରୁ କେନ୍ଦୁ ପତ୍ର ସଂଗ୍ରହ କରି ତୋଳାଳି ଓ ବନ୍ଧଲିର କାମ କରିଥାନ୍ତି । ଏମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ବୀମା, ବୃତ୍‌ତ୍ତି ଆଦି ସହାୟତାର ବ୍ୟବସ୍ଥା କରିଥିଲେ ମଧ୍ୟ ପ୍ରଶାସନର ତ୍ରୁଟି ଯୋଗୁିଁ ବହୁ ବ୍ୟବସ୍ଥାରୁ ବଞ୍ଚିତ ହୋଇଥାନ୍ତି ଏମାନେ । ତାପରେ ମଧ୍ୟ ଏମାନଙ୍କ ଯୋଗୁଁ ହି ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କାର ରାଜସ୍ୱ ଲାଭ କରିଥାନ୍ତି । ହେଲେ ଗତ କେନ୍ଦୁପତ୍ର ତୋଳା ସମୟରେ ପ୍ରତ୍ୟେକ ତୋଳାଳୀଙ୍କୁ ୧୦ ଚଟି ଯାଏ ତୋଳିବାର ପ୍ରାବଧାନ ଥିବା ବେଳେ ପରେ କିନ୍ତୁ ତୋଳାଲି କର୍ମଚାରୀଙ୍କ ଅଜାଣତରେ ତାକୁ ୨୦ଚଟିକୁ ପରିବର୍ତ୍ତନ କରାଯିବା ସହ ହାତ ଗଣତି କିଛି ତୋଳାଳୀଙ୍କୁ କେବଳ ଏହାର ଟଙ୍କା ମିଳିଥିବାରୁ ସମସ୍ତ କର୍ମଚାରୀଙ୍କୁ ଯୋଜନାର ଅନ୍ତର୍ଭୁକ୍ତ କରିବା ଏହା ସହ ବିବାହ, ପାଠ ପଢା ଆଦି ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ଶୀଘ୍ର ପ୍ରଦାନ ଦାବୀ ନେଇ ଆଜି ପାଦ୍ମପୁର କେନ୍ଦୁପତ୍ର ବିଭାଗ କାର୍ୟ୍ୟାଳୟ ଘେରାଉ କରିଥିଲେ କର୍ମଚାରୀମାନେ ।

ଏହା ସହ କିଛି ମୁନ୍‌ସି ଏବଂ ତୋଳାଳି ବିନା କେନ୍ଦୁପତ୍ର ତୋଳି ତାଙ୍କର ଏବଂ ତାଙ୍କ ଏକାଉଣ୍ଟରେ ୨୦ ଚଟି ଲେଖାଏଁ ତୋଳିଥିବା ଦେଖାଇ ଟଙ୍କା ପାଇଥିବାରୁ ଅନ୍ୟ ତୋଳାଳି ମାନେ ମଧ୍ୟ ତାଙ୍କୁ ସମାନ ଟଙ୍କା ମିଳିବା କଥା । ନଚେତ ସୂଚିତ କରାଯାଇଥିଲେ ସେମାନେ ମଧ୍ୟ ଅଧିକ ଚଟି କେନ୍ଦୁପତ୍ର ତୋଳିଥାନ୍ତେ ବୋଲି ଯୁକ୍ତି ବାଢ଼ିଛନ୍ତି ବୋଲି କହିଛନ୍‌ନ୍ତି । ଅନ୍ୟପଟେ ପଦ୍ମପୁର କେନ୍ଦୁପତ୍ର ବିଭାଗର ଏସିଏଫ ମାତା ଯୋଗୁଁ ପତ୍ର ଖରାପ ହୋଇଯାଇଥିବା ଏବଂ ଏହି କାରଣରୁ ବିଡି ପାଇଁ ବଛା ବଛା ଚଟି କେନ୍ଦୁପତ୍ର ଗ୍ରହଣ କରାଯାଇଥିବାରୁ ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଅଧିକ ଚଟି ଗ୍ରହଣ କରାଯାଇଛି ବୋଲି କହିଛନ୍ତି । ଏ ନେଇ ବର୍ତ୍ତମାନ କେନ୍ଦୁପତ୍ର ତୋଳାଳିମାନେ ସମସ୍ତଙ୍କୁ ସମାନ ଟଙ୍କା ଦାବୀ କରୁଥିବା ବେଳେ ଆଗାମୀ ଦିନରେ ସରକାରଙ୍କ ବିରୁଦ୍ଧରେ ନ୍ୟାୟ ନ ମିଳିଲେ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.