କବିତା : ନିଅଣ୍ଟ

ସାବିତ୍ରୀ ପୁରୋହିତ

ଏ ଘୋର କଳିକାଳ ବୋଲି
କହିଗଲ ଯେ ଅବଧାନେ….
ଶିଖରକୁ ପହୁଁଞ୍ଚ ନିଅଣ୍ଟ
ପହୁଁଞ୍ଚକୁ ପାହାଚ ନିଅଣ୍ଟ
ପାନକୁ ପିକ ହୋ ଅବଧାନେ !
ବେଙ୍ଗକୁ ସାରୁଗଛ ନିଅଣ୍ଟ ।

ଗୁଆକୁ କାତି….
ଚଉଡ଼ାପଣକୁ ଛାତି
ଅଂଧାରକୁ ରାତି
ରାଣ ଖାଇଲି ଅବଧାନେ !
ଦୀପକୁ ତେଲ ଆଉ
ତେଲକୁ ବତୀ ନିଅଣ୍ଟ ।

ଶୁଆ ପୋଷିଥିଲି ସୁନା ପଞ୍ଜୁରୀରେ
ରଟେଇବା ସାର ହେଲା
ଛାଏଁ ଓଳିଆରୁ ପଡ଼ି ଗଜା
ପାଦ ପଡ଼େ ନାଇଁ ଗଣେ ପାହୁଣ୍ଡ
ହୋ ଅବଧାନେ !
କଣ୍ଟକୁ ଆଣ୍ଟ ନିଅଣ୍ଟ ।

ହିସାବକୁ ଜମା ନିଅଣ୍ଟ
କଞ୍ଚିକୁ ପୁଞ୍ଜି ନିଅଣ୍ଟ
ଆଉ ଭାଳିବାର ନାଇଁ କି
ବାଉଳିବାର ନାଇଁ
ହୋ ଅବଧାନେ !
ଏ କଳିକୁ ତ କାଳ ନିଅଣ୍ଟ
ନିଅଣ୍ଟିଆ ଦଦରା ମନକୁ
ଏବେ ନିଅଣ୍ଟ ବି ନିଅଣ୍ଟ ।।

ସମ୍ବଲପୁର

Leave A Reply

Your email address will not be published.