oom

କରୋନା କଟକଣା ସବୁ ଫେଲ୍‌ ମାରୁଛି ନୂଆଁଖାଇ ହାଟରେ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : କରୋନା ଚାଟି ନେଇଛି ନୂଆଁଖାଇ । ଆମର ପଶ୍ଚିମ ଓଡ଼ିଶାର ବହୁତ୍ ବଡ଼ ପର୍ବ ନୂଆଁଖାଇ । ଏହି ସମୟରେ ଯିଏ ଯେଉଁଠି ଥାଉନା କାହିଁକି ନିଜ ଘର ମୁହାଁ ହୋଇଥାନ୍ତି । କୃଷି ଭିତ୍ତିକ ଗଣପର୍ବ କୁହା ଯାଉଥିବା ଏହି ପର୍ବ ଆମ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ । ଦୋକାନ ବଜାରରେ ପନ୍ଦର ଦିନ ଆଗରୁ ଲାଗିଥାଏ ଭିଡ଼ । କିନ୍ତୁ ଦୀର୍ଘ ଛ’ ମାସ ହେଲା ପୃଥିବୀକୁ ଘାରି ଥିବା କରୋନା ମହାମାରୀ ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରିଛନ୍ତି । ଯେଉଁମାନେ କରୋନା ନିୟମ ଉଲଂଘନ କରୁଛନ୍ତି, ତାଙ୍କଠାରୁ ସରକାର ଫାଇନ ଆଦାୟ କରୁଛନ୍ତି । ଲୋକେ ଭଲ ଭାବରେ ଜାଣିଛନ୍ତି, କରୋନା ମହାମାରୀର ଭୟାବହତା ।
ଆଜି ଟିଟିଲାଗଡ ସ୍ଥିତ ହାଟପଦାରେ କରୋନା କଟକଣା ଫୁ ମାରିଛି । ସରକାରଙ୍କ ନିୟମ କି କରୋନା ଭୟ ଲୋକଙ୍କ ମନରେ ଭୟ ସୃଷ୍ଟି କରି ପାରିନାହିଁ । ନୂଆଁଖାଇ ପାଇଁ ବଜାରରେ ଲାଗିଛି ଭିଡ଼ । ଜିଲ୍ଲା ପ୍ରଶାସନର ଅନେକ ଦିନର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପରେ ଖୋଲି ଥିବା ବଜାରରେ ଲୋକଙ୍କ ଭିଡ଼ ଅସମ୍ଭାଳ । ଲୋକେ ସବୁ କିଛି ଜାଣି ଶୁଣି ନିୟମ ମାନୁ ନାହାନ୍ତି । ଆଜି ଟିଟିଲାଗଡର ହାଟପଦାରେ ନୂଆଁଖାଇ ପାଇଁ କିଣାବିକା ପାଇଁ ଆସିଥିବା ଲୋକେ କେହି କରୋନା ନିୟମ ପାଳନ କରୁଥିବା ଦେଖିବାକୁ ମିଳି ନଥିଲା। ନୂଆଁଖାଇ ପାଇଁ କୁକୁଡ଼ା ବିକ୍ରି ସହିତ ଧାନ, ମାଟି ହାଣ୍ଡି, ପ୍ରଭୃତି ବିକ୍ରି ପାଇଁ ଅନେକ ବ୍ୟବସାୟୀ ଦୂର ଦୁରନ୍ତରୁ ଆସୁଛନ୍ତି । ପର୍ବ ପାଳନ ପାଇଁ ପାଖ ଗାଁ ମାନଙ୍କ ଲୋକ ଆସୁଛନ୍ତି ଟିଟିଲାଗଡ ବଜାରକୁ । କାହା ମୁହଁରେ ମାସ୍କ ଅଛି ତ କାହା ମୁଁହରେ ମାସ୍କ ନାହିଁ । ସାମାଜିକ ଦୂରତା କଥା କହିଲେ ନ ସରେ । ଏମିତି ଅବସ୍ଥା ଦେଖିବାକୁ ମିଳିଥିଲା ଯେମିତି ଲୋକଙ୍କୁ ଜଣା ନାହିଁ ସାମାଜିକ ଦୂରତାର ଅର୍ଥ । ଏଥି ପ୍ରତି ସ୍ଥାନୀୟ ପ୍ରଶାସନର ମଧ୍ୟ ନିଘା ନାହିଁ । କିଛି ଦିନ ପୂର୍ବରୁ କିଛି ଜଣ କରୋନା ପଜିଟିଭ୍ ହେବା ପରେ ପ୍ରଶାସନ ଟିଟିଲାଗଡର ମୁଖ୍ୟ ରାସ୍ତା ଦ୍ବୟକୁ ବନ୍ଦ୍ କରିଦେଇ ଥିଲେ । ଏଥିପାଇଁ ଟ୍ରାଫିକ ସମସ୍ୟା ମୁଣ୍ଡ ବିନ୍ଧା ପାଲଟିଥିଲା । ବର୍ତମାନ ଲୋକଙ୍କୁ କିଏ ବୁଝାଇବ କରୋନା ବର୍ତ୍ତମାନ ପୂର୍ବ ପରି ହିଁ ବ୍ୟାପିବାରେ ଲାଗିଛି । କ’ଣ ଲୋକଙ୍କ ମନରୁ କୋରୋନା ମହାମାରୀ ଭୟ ଚାଲିଗଲାଣି, ପ୍ରଶ୍ନ ଉଠୁଛି । ବର୍ତ୍ତମାନ କ’ଣ ନିଜ ସମସ୍ତ ସୁରକ୍ଷା କେବଳ ସରକାରଙ୍କ ଉପରେ ନ୍ୟସ୍ତ କରିବା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି? ସମୟ ଆସିଛି ନିଜ ସୁରକ୍ଷା ନିଜ ହାତରେ କରିବା । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କର ବ୍ୟବହାର କରିବା, ଲୋକେ ଏହାକୁ ମାନିବା ଦରକାର ।

jittmm
Leave A Reply

Your email address will not be published.