ପୁରୁଣାକଟକ ଠାରେ ପରିବା ବୋଝେଇ ଗାଡି ଦୁର୍ଘଟଣା

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଠାରେ ଏକ ପରିବା ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଓଡ଼ି ୦୩ ୦୬୪୨୭ ନମ୍ବର ମ୍ୟାକ୍ସ ପିକ୍ପ ଗାଡିଟି ସୋନପୁର ଡୁଙ୍ଗିରିପାଲିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଆଜି ଭୋର ୪ ଟାରୁ ପୁରୁଣା କଟକ ସ୍ଥିତ ହୋଣ୍ଡା ଶ୍ୟାମ ସୋରୁମ ନିକଟରେ ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । କିନ୍ତୁ ଗାଡିର ଚାଳକ ଓ ଖଳାସୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ, ଗାଡିଟି ରାସ୍ତା ଉପରେ ଓଲଟି ପଡ଼ିଥିବାରୁ କିଛି ସମୟ ଜାତୀୟ ରାଜପଥ ଉପରେ ଗାଡି ମଟର ଜାମ ରହିଥିବା ଦେଖିବାକୁ ମିଳିଥିଲା । ପରେ ପୁରୁଣା କଟକ ପୋଲିସ ପହଁଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ଗାଡିଟିକୁ କ୍ରେନ ସାହାଯ୍ୟରେ ଉଠାଇବାପରେ ରାସ୍ତାରେ ଅଟକି ଥିବା ଯାନ ବାହାନ ସ୍ୱାଭବିକ ଭାବେ ଯାତାୟାତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.