ଚିତି ସାପ କାମୁଡ଼ିବାରୁ ଯୁବକଙ୍କ ମୃତ୍ୟୁ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ଚିତି ସାପ କାମୁଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ପିପଲବାହାଲିର ଦ୍ୱିତିକୃଷ୍ଣ ନନ୍ଦଙ୍କ ପୁଅ ଦୀପକ ନନ୍ଦ(୧୮)ଙ୍କୁ ଗତରାତିରେ ଖଟରେ ଶୋଇଥିବା ବେଳେ ପ୍ରାୟ ରାତି ୨ଟା ସମୟରେ ଏକ ବିଷଧର ଚିତି ସାପ କାମୁଡ଼ିଥିଲା । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ବଡ଼ ଡାକ୍ତରଖାନାକୁ ଅଣା ଯାଇଥିଲା । ଆଜି ସକାଳ ଭୋର୍‌ ୬ଟା ବେଳକୁ ତାଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ସେ ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହ ବାଣୀଶ୍ରୀ ବହି ଦୋକାନରେ ମଧ୍ୟ କାମ କରୁଥିଲେ ବୋଲି ତାଙ୍କ ଆତ୍ମୀୟ ସ୍ୱଜନ କହିଛନ୍ତି । ତାଙ୍କ ପ୍ରାଣହାନୀରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.