
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ନୁଆଖାଇଁ ଭେଟଘାଟ ୨୦୨୩ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ଅର୍ଜୁନ ମୁଗ୍ରୀଙ୍କ ସଭାପତିତ୍ୱରେ ତଥା ଶମ୍ଭୁ ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ସହକାରୀ ଜିଲ୍ଲାପାଳ ବିଜ୍ଞାନ କୁମ୍ଭାର, ମୁଖ୍ୟବକ୍ତା ଭାବେ ରମେଶ ଚନ୍ଦ୍ର ମହାନନ୍ଦ, ଡମ୍ବରୁ ଛତ୍ରିଆ, ରୁପାଲି ମହାନନ୍ଦ, ଦିଗ୍ସନ ନନ୍ଦ, ରଞ୍ଜୁ ରାଏମନ, ସଂଜୟ କୁମାର ଦିପ, କିଶୋର କୁମ୍ଭାର, ବାସୁଦେବ ମୁଗ୍ରୀ, ରଘୁନାଥ ମୁଗ୍ରୀ, କୁନା ବାଗ, ନେପାଲ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ । ନୁଆଖାଇଁ ଭାଇଚାରାର ପର୍ବ ଏବଂ ଦଳିତମାନଙ୍କର ନୁଆଖାଇ ଏକ ନିଆରା ପରଂପରା ବୋଲି ଅତିଥିମାନେ ମତବ୍ୟକ୍ତି କରିଥିଲେ । ଏହି ଅବସରରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଜିତେନ୍ଦ୍ର କୁମ୍ଭାରଙ୍କ ସ୍ମୃତିରେ ବ୍ୟାସଦେବ ପୁରୋହିତ ଓ ଦିଲିପ କୁମାର ଦୀପଙ୍କୁ ଜିତେନ୍ଦ୍ର କୁମ୍ଭାର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ତା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଫରିକାର ହିଆଲ, ନେପାଲ ଚନ୍ଦ୍ର ବାଗ, ବାଲିଚରଣ ବାରିକ, ଅଜୟ ନାଗ, ମଦନ ବିଭାର, ସୁରେଶ ନିହାଲ, ଶ୍ରଦ୍ଧାରାଣୀ କୁମ୍ଭାର, ରାହୁଲଦେବ କାଲସାଏ, ସରୋଜ ମେଶ୍ୱା, ଡା. ବିଦ୍ୟା ଆକାଶ ବାଗ, ସାଇ ସଂକଳ୍ପ ବାରିକ, ଆଶିଷ ସାଗର, ସାହିଲ କୁମାର ବାଗ, ବାସୁଦେବ ମୁଗ୍ରୀ ଓ କୁନା ବାଗ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ତରଣୀସେନ ଦୀପ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ଜ୍ୟୋତିଷ ମୁଗ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର କଣ୍ଠଶିଳ୍ପୀ ପଦ୍ମିନୀ ଦୋରା, ଶତୃଘନ ଲୁହା, ଟିକୁ ଓ ବିଶି ଙ୍କ ସମେତ ଅନେକ କଳାକାର ସଂଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାଗର ଓ ଦିଲିପ ଦିପ ପରି·ଳନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସୂର୍ଯ୍ୟମଣି ସୁନା, ଦ୍ରୋଣ କୁମ୍ଭାର, ଲଳିତା ଦିପ, ସୁନିଲ ମୁଗ୍ରୀ, ବିଜୟ ବାରିକ, ରଶ୍ମିକାନ୍ତ ବାଗ, କାର୍ତ୍ତିକେଶ୍ୱର ନାଗ, ପବିତ୍ର ନାଗ ଓ ବାବୁଲାଲ ଛତର ପ୍ରମୁଖ ସହଯୋଗ କରିଥିଲେ ।