
ତୁରେକେଲା, (ପିତାମ୍ବର ଦୀପ) : ଅସହାୟ ଗରୀବ ବିକଳାଙ୍ଗଙ୍କ ପାଇଁ ସରକାରୀ ଯୋଜନା ସାତ ସପନ, ଯୋଜନା ପହଞ୍ଚି ପାରୁନାହିଁ ଉପାନ୍ତ ଅଞ୍ଚଳରେ, ଗରୀବ ଲୋକଟିଏ ପାଉନାହିଁ ଅନ୍ତଦୟ କାର୍ଡ କିନ୍ତୁ ଧନୀ ମୁଷ୍ଟିମେୟ ପାଉଛି ଅନ୍ତଦୟ, ଏଭଳି ଦେଖିବାକୁ ମିଳିଛି ତୁରେକେଲା ବ୍ଲକ ବଡ଼ ବାଙ୍କୀ ପଞ୍ଚାୟତ ବଡ଼ ବାଙ୍କୀ ଗାଁ ରେ । ସୁଚନା ଅନୁସାରେ ଗାଁର ବେଣୁଧର ଦୀପ ବୟସ ୩୦ବର୍ଷ ପିତା ଫଟୋ ଦୀପ ଜଣେ ଶାରୀରିକ ବିକଳାଙ୍ଗ ଅଟନ୍ତି ସେ ତାର ୬୦ପ୍ରତିଶତ ବିକଳଙ୍ଗ ପ୍ରମାଣ ପତ୍ର ରହିଛି, ଘର ଭାଙ୍ଗିଗଲାଣି ବେସାହାରା ପାରିବାର ହୋଇ ଯାଇଛନ୍ତି, ଅନେକ ଥର ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ ସତ୍ତ୍ୱେ ମଧ୍ୟ ତାଙ୍କ୍ ଦୁଃଖ ଦୂର ହୋପାରୁନାହିଁ, ପାରିବାରରେ ସ୍ୱାମୀ ସ୍ତ୍ରୀ ସହ ଦୁଇ ପିଲା ଛୁଆ, ଅନ୍ୟ ଘରେ ମୂଲ ଲାଗି ପାରିବାର ଚଳନ୍ତି, ସେପଟେ ସ୍ତ୍ରୀ ଦୃପତି ଦୀପ ମଧ୍ୟ ଅନ୍ୟଘରେ କାମ କରି ପାରିବାର ଚାଲେଇବାରେ ସହଯୋଗ କରୁଛନ୍ତି, ଚାଉଳ କାର୍ଡରେ ମାତ୍ର ୧୦କେଜି ଚାଉଳ ଭରସା, ତାଙ୍କୁ ଅନ୍ତଦୟରେ ମଧ୍ୟ ସାମିଲ କରାଯାଇ ନାହିଁ, ବଡ଼ବାଙ୍କୀ ପଂଚାୟତରେ ବଡ଼ ବଡ଼ ଜମି ମାଲିକ ଓ ମହାଜନ ବ୍ୟକ୍ତି ଆନ୍ତଦୟ କାର୍ଡପାଇଥିବା ବେଳେ ଏଭଳି ପାରିବାରକୁ ସାମିଲ କରାଯାଇ ପାରି ନାହିଁ, ଘର ଖଣ୍ଡିଏ ଯୋଗାଇ ଦେବା ସହ ଅନ୍ତଦୟ ଯୋଜନରେ ସାମିଲ୍ କରାଇବାକୁ ମଧ୍ୟ ଦାବୀ ହେଉଛି । ତେବେ ଏଥି ପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ପାରିବାର ଗୁହାରି କରିଛନ୍ତି, ତୁରେକେଲା ବିଡ଼ିଓ ପୂର୍ଣାନନ୍ଦ୍ ପଟେଲ୍ ଓ ଯୋଗାଣ ଅଧିକାରି ମାଝୀଙ୍କୁ ପଚାରିବାରୁ ତଦନ୍ତ କରି ଉଚିତ ପଦକ୍ଷେପ ନେବା ସହ ସରକାରୀ ଯୋଜନରେ ସାମିଲ କରାଯିବ ବୋଲି କହିଛନ୍ତି ।