ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଏକ ଅଗ୍ରଣୀ ସେବା ସଂଗଠନ ଭାବେ ଟିଟିଲାଗଡ ଲାୟନ୍ସ କ୍ଲବ ପରିଚିତ । ଟିଟିଲାଗଡ ସରକାରୀ ଡାକ୍ତରଖାନା ନିକଟରେ ଥିବା ସମ୍ମିଳନୀ କକ୍ଷର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହେବାପରେ ମଙ୍ଗଳବାର ସନ୍ଧ୍ୟା ୪.୩୦ ମିନିଟ ସମୟରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ ଡିଷ୍ଟିକ ୩୨୨ ସି ୨ ର ଗଭର୍ଣ୍ଣର ଲାୟନ ମମତା ଗୌତମ, ଭିଡିଜି ୱାନ ଚରନ ଜିତ୍ କୋର୍ ହୁରରା, ଭିଡ଼ିଜି ଟୁ ଶ୍ରୀମତି ଦୁର୍ଗେସ ନନ୍ଦିନୀ, କ୍ୟାବିନେଟ୍ ସେକ୍ରେଟାରୀ ଶ୍ରୀମତି ରାଧିକା ଗୌତମ, ପୂର୍ବତନ ଡି.ଜି. ଯମୁନା ପ୍ରସାଦ ଗୋଏଲ, ରିଜିଓନାଲ ଚେୟାର ପର୍ସନ ରୋହିତ ଅଗ୍ରୱାଲ, ଗେଟ ସଦସ୍ୟ ଦୀପକ ପୃଷ୍ଟି, ଏବଂ ଟିଟିଲାଗଡ଼ କ୍ଲବର ସଭାପତି ସଞ୍ଜୟ ସୋନିଙ୍କ ଉପସ୍ଥିତିରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ରିମୋଟ ଦବାଇ ସମ୍ମିଳନୀ କକ୍ଷର ଫଳକ ଉଦଘାଟନ କରିବା ପରେ ଫିତା କାଟି ସମ୍ମିଳନୀ କକ୍ଷକୁ ସମସ୍ତେ ପ୍ରବେଶ କରିଥିଲେ । ଲାୟନ୍ସ୍ କ୍ଲବର ଫ।ଉଣ୍ଡର ମେଲଭିନ ଜୋନସ, ଟିଟିଲାଗଡ଼ କ୍ଲବର୍ ବରିଷ୍ଠ ସଦସ୍ୟ ସ୍ୱର୍ଗତ ପ୍ରଭାସ ସାହୁ, ସଞ୍ଜୟ ସାହୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ତା’ ସହ ଲାୟନ୍ସ କ୍ଲବ ଦ୍ଵାରା ପରିଚାଳିତ ଶୌଚାଳୟର ମଧ୍ୟ ଶିଳାନ୍ୟାସ କରିଥିଲେ ଅତିଥି ଗଣ । ତେବେ ସମ୍ମିଳନୀ କକ୍ଷର ପୁନରୁଦ୍ଧାର କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଥିଲେ । ଚଳିତ ବର୍ଷ ବହୁତ ସୁନ୍ଦର କାର୍ଯ୍ୟ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଟିଟିଲାଗଡ଼ କ୍ଲବ ଆହୁରି ଆଗକୁ ଏମିତି ସେବା କାର୍ଯ୍ୟ ଜାରି ରଖୁ ବୋଲି ମୁଖ୍ୟ ଅତିଥି କହିଥିଲେ । ସକାଳୁ ଡି.ଜି ଶ୍ରୀମତି ମମତା ଗୌତମ କ୍ଲବର ବୃଦ୍ଧାଶ୍ରମ ବୁଲିବା ସହ ରହୁଥିବା ଲୋକଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ । ତା’ପରେ ଟିଟିଲାଗଡ଼ ସହରର ଚାରି ମୁଖ୍ୟ ପ୍ରବେଶ ଦ୍ଵାରରେ କ୍ଲବ ତରଫରୁ ସ୍ୱାଗତ ବୋର୍ଡର ନଡ଼ିଆ ଭାଙ୍ଗି ଉଦଘାଟନ କରିଥିଲେ । ସିକେର ଗାଁ ରେ ଥଣ୍ଡା ପିଇବା ପାଣି ପାଇଁ ନଳକୂପ ଖନନ, ସମର ସେବୁଲ, ପାଇପ ସଂଯୋଗ ସହ ଥଣ୍ଡା ପିଇବା ପାଣି ମେସିନ ମଧ୍ୟ ଲୋକାର୍ପଣ କରିଛନ୍ତି ଡି.ଜି ଶ୍ରୀମତି ମମତା ଗୌତମ । ଏହି ଅବସରରେ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀମତି ବିନ୍ଦୁ ସାହୁ, ଆରତୀ ସାହୁ, ଲଳିତା ଲାଠ, ମିନାକ୍ଷୀ ସାହୁ, ଈଶ୍ୱର ଜୈନ, ରତ୍ନାକର ସାହୁ, ସମ୍ଭୁ ପ୍ରସାଦ ଗୋଏଲ, ଗୋପାଳ ଲାଠ, ରାମ ଗୋପାଳ ଚୌଧୁରୀ, ଲିଙ୍ଗରାଜ ସାହୁ, ସନ୍ତୋଷ ମହାନ୍ତି, ଗଙ୍ଗାଧର ଶର୍ମା, ବବିତା ଶର୍ମା, ଡ. ଘନଶ୍ୟାମ ଜୈନ, ଶ୍ରୀମତି ଗାୟତ୍ରୀ ଜୈନ, ମଦନ ପୃଷ୍ଟି, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ ନାୟକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।
Prev Post