ଦୀର୍ଘ ୩ ଦିନ ଧରି ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଠାବ

ବାଲେଶ୍ଵର : ଦୀର୍ଘ ୩ ଦିନ ହେଲା ନାବାଳିକା ଜଣକ ନିଖୋଜ ଥିଲେ । ପରେ ରେମୁଣା ବ୍ଲକ ଇସ୍ପାତ କାରଖାନା ନିକଟସ୍ଥ ଏକ ପରିତ୍ୟକ୍ତ ବନ୍ଦ କୋଠରୀରୁ ଉଦ୍ଧାର ହେଲା ୯ ବର୍ଷୀୟ ନାବାଳିକାଙ୍କ ଗଳିତ ମୃତଦେହ । ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ, ଗତ ଅଗଷ୍ଟ ୨୭ ତାରିଖରେ ନାବାଳିକା ଜଣକ ନିଖୋଜ ହୋଇଥିଲେ । ନିଖୋଜ ହୋଇଥିବାରୁ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାର ୩ ଦିନ ପରେ ରେମୁଣା ବ୍ଲକ ଇସ୍ପାତ କାରଖାନା ପାଖରେ ଥିବା ଏକ ପରିତ୍ୟକ୍ତ ବନ୍ଦ କୋଠରୀ ଭିତରେ ଦୁର୍ଗନ୍ଧ ହେବା ଯୋଗୁଁ ସ୍ଥାନୀୟଲୋକ ପୋଲିସକୁ ଏ ବିଷୟରେ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଘର ଭିତରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର କରିଛି । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରୁ ଥିବାର ଜଣାପଡିଛି । ତେବେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବାର ପରିବାର ତରଫରୁ ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.