ବାଇକରୁ ପଡି ରାସ୍ତାକଡରେ ଯୁବକଙ୍କ ମୃତ୍ୟୁ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ରାସ୍ତାକଡରେ ବାଇକରୁ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆପାଲି ଗ୍ରାମ ରାସ୍ତାକଡରେ ଏକ ସିମେଣ୍ଟ ମିକ୍ସଚର ମେସିନ୍‌ ରାସ୍ତାକଡରେ ଛିଡ଼ା ହୋଇଥିଲା । ବଣାଇଁଗଡ ସହର ପଟୁ ନୂଆପାଲି ଗ୍ରାମକୁ ସେହି ଗ୍ରାମର ଯୁବକ ଡମ୍ବରୁଧର ବଡନାୟକ (୨୯)ରାତିରେ ଏକ ବାଇକ ଯୋଗେ ଯାଉଥିଲେ । ହଠାତ୍‌ ମିକ୍ସଚର ମେସିନକୁ ଦେଖି ବାଇକର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବା ଫଳରେ ଡମ୍ବରୁଧର ବଡନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ବଣାଇଁ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ବଣାଇଁ ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମାରାଣ୍ଡି ଓ ଏଏସଆଇ ବରୁଣ କୁମାର ନାୟକ, ବ୍ରଜ କିଶୋର ଦାସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.