କାର୍ ଧକ୍କାରେ ଅଧ୍ୟାପକ ମୃତ

ଖୋର୍ଦ୍ଧା : କାର୍ ଧକ୍କାରେ ଅଧ୍ୟାପକ ମୃତ । ବୋଲଗଡ ଛକଠାରେ ଏକ କାର୍ ଧକ୍କାରେ ପରମାନନ୍ଦ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ପ୍ରଦୀପ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପରମାନନ୍ଦ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ପ୍ରଦୀପ ମିଶ୍ର ଏକ ସ୍କୁଟିରେ ବୋଲଗଡ଼ ବ୍ଲକ ନିକଟକୁ ଯାଉଥିବା ବେଳେ ନୟାଗଡ ପଟୁ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା । ଅଧ୍ୟାପକଙ୍କୁ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୁଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣପେଡିଛି ।

Leave A Reply

Your email address will not be published.