ଭାରତୀୟ ମଜଦୁର ସଂଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମନୋନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ମଜଦୁର ସଂଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ପ୍ରଦେଶର ପ୍ରଭାରୀ ବିରଂଚି ନାରାୟଣ ପଣ୍ଡା ଓ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଂଗଠନ ସଂପାଦକ ରୂପେଶ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ପୁରୁଣା କମିଟିକୁ ଭଙ୍ଗ କରାଯାଇ ନୂତନ ଜିଲ୍ଲା କମିଟି ଚୟନ କରାଯାଇଛି । ସଭାପତି ଭାବରେ ଅରୁଣ କୁମାର ପଟେଲ, ଉପ-ସଭାପତି ଜୟଦେବ ସରାଫ, ଆମୋଦ ମହାପାତ୍ର, ଯାଜ୍ଞସିନୀ କୁମ୍ଭାର, ସଂପାଦକ କାହ୍ନା ଶତପଥି, କୋଷାଧ୍ୟକ୍ଷ ଚନ୍ଦନ ବାରୋଇ, ଜିଲ୍ଲା ମିଡିଆ ସେଲ ଫିରୋଜ କୁମାର ସାହୁ, କାର୍ଯ୍ୟକାରୀ କମିଟି ରୂପେ ରାଜ କୁମାର କଲେତ, ସଂଜିବ କୁମାର ପୁରୋହିତ, ପଂଚା ହରପାଲ ପ୍ରମୁଖ ରହିଛନ୍ତି । ଶେଷରେ ସଭାପତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.