oom

ସନ୍ତରଣ ଏବଂ ପାଣିରେ ବୁଡ଼ିଯିବା ଜନିତ ମୃତ୍ୟୁ ମୁଖରୁ ବଞ୍ଚିବାର ମୌଳିକ କୌଶଳ ତାଲିମ କାର୍ଯ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ ) : ଆଜି ୧୦.୦୦ ଘଟିକା ସମୟରେ ଜିଲ୍ଲାସ୍ତରୀୟ ସପ୍ତ ଦିବସୀୟ ସନ୍ତରଣ ଏବଂ ପାଣିରେ ବୁଡ଼ିଯିବା ଜନିତ ମୃତ୍ୟୁ ମୁଖରୁ ବଞ୍ଚିବାର ମୌଳିକ କୌଶଳ, ପ୍ରଥମ ବ୍ୟାଚର ତାଲିମ କାର୍ଯ୍ୟକ୍ରମ ଲକ୍ଷ୍ମୀପୋଷି ସ୍ଥିତ ଓଏସଏପି, ପଞ୍ଚମ ବାଟାଲିୟନର ସମ୍ମିଳନୀ କକ୍ଷରେ ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟୀ କଲେକ୍ଟର ଶ୍ରଦ୍ଧା ସୁମନଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଏସଏପିର କମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଡେପୁଟୀ କମାଣ୍ଡାଣ୍ଟ ଅରୁଣ କୁମାର ବେହେରା, ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ କାଳିଚରଣ ମାଝୀ, ଜିଲ୍ଲା ଶିକ୍ଷା ବିଭାଗର ପ୍ରୋଗ୍ରାମ ଅଫିସର ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଜରୁରୀ କାଳୀନ କାର୍ଯ୍ୟଳୟର ଡି ପି ଓ ଜଗବନ୍ଧୁ ମହାନ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ ଡିପିଓ ଶ୍ରୀ ମହାନ୍ତି ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଡେପୁଟୀ କଲେକ୍ଟର ସମ୍ମାନୀୟ ଶ୍ରଦ୍ଧା ସୁମନ ତାଙ୍କ ଅଭିଭାଷଣରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ସହାୟତା ବିଷୟରେ ସୂଚନା ପ୍ରଦାନ କରିବା ସହିତ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ସହାୟତା ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA)) ସହଯୋଗରେ ହେଉଥିବା ସନ୍ତରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିବା ସହିତ ପିଲାମାନେ ଏହାର ଉପଯୁକ୍ତ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଡେପୁଟୀ କମାଣ୍ଡେଣ୍ଟ ଶ୍ରୀ ବେହେରା ଏପରି କାର୍ଯ୍ୟକ୍ରମ ବ୍ୟାପକ ସଚତନତା ସୃଷ୍ଟି କରିବା ସଂଗେ ସଂଗେ ପାଣିରେ ବୁଡ଼ିଯିବା ଜନିତ ମୃତ୍ୟୁ ହାର ହ୍ରାସ କରିବାରେ ସହାୟକ ହେବ ବୋଲି କହିଥିଲେ । ପ୍ରୋଗ୍ରାମ ଅଫିସର ଶ୍ରୀ ଆଚାର୍ଯ୍ୟ ଶିକ୍ଷା ବିଭାଗ ଜିଲ୍ଲା ଜରୁରୀକାଳୀନ ବିଭାଗ ସହଯୋଗରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ବିଦ୍ୟାଳୟ ସୁରକ୍ଷା, ବଜ୍ରପାତ, ସାପ କାମୁଡା, ପ୍ରାଥମିକ ଚିକିତ୍ସା, ସନ୍ଧାନ ଓ ଉଦ୍ଧାର ଆଦି ସଚେତନତା କାର୍ଯ୍ୟକ୍ରମ କରୁଥିବା ପ୍ରକାଶ କରିଥିଲେ ଓ ମୌଳିକ ସନ୍ତରଣ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲାର ଏ ସମ୍ବନ୍ଧୀୟ ମୃତ୍ୟୁ ହାର ହ୍ରାସ କରିବାରେ ସହାୟକ ହେବ ବୋଲି କହିଥିଲେ । କମାଣ୍ଡେଣ୍ଟ ଶ୍ରୀ ନାୟକ ଅନେକ ଗୁଡ଼ିଏ ଉଦାହରଣ ମାଧ୍ୟମରେ ପିଲାମାନଙ୍କୁ ସନ୍ତରଣର ସରଳ ଉପାୟମାନ ବତାଇବା ସହିତ ୱାଟର ସ୍ମାର୍ଟ ହେବାକୁ ପରାମର୍ଶ ଦେଇଥିଲେ । ତାଲିମ ମାଧ୍ୟମରେ ବ୍ୟବହାରିକ ପରିବର୍ତ୍ତନ, ମନୋବଳ ବୃଦ୍ଧି, ମନସ୍ତାତ୍ତ୍ୱିକ ଅନୁଶୀଳନ ମାଧ୍ୟମରେ ଭୟ ଦୂର ତଥା We Can”( ଆମେ ପାରିବା) ର ମାନସିକତା ଆସିଥାଏ ଓ ଆମର ଦକ୍ଷତାର ବିକାଶ ସହିତ ଆଗକୁ ବଢିବା ଏଵଂ ବିପଦରୁ ରକ୍ଷା ପାଇବା ନିମନ୍ତେ ରାସ୍ତା ଦେଖାଏ ବୋଲି କହିଥିଲେ । ଏହି ଅବସରରେ ଓମେନ୍ସ କଲେଜ ବାରିପଦାର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସର୍ବ ଶେଷରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.