ବୀରମୁଣ୍ଡା ରବି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

  • ରୋମାଞ୍ଚକର ଫାଇନାଲରେ ପୁଇଁତଲାକୁ ହରାଇ ଖମାରମୁଣ୍ଡା ଚାମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକସ୍ଥିତ ବୀରମୁଣ୍ଡା ଗାଁରେ ରବି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସର୍ବମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଖମାରମୁଣ୍ଡାରୁ ପୁଇଁତଲା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିବା ଏହି ରୋମାଞ୍ଚକର ଫାଇନାଲ ଖେଳରେ ଖମାରମୁଣ୍ଡା ଦଳ ପୁଇଁତଲା ଦଳ ବିପକ୍ଷରେ ୮ ୱିକେଟରେ ବିଜୟୀ ହୋଇ ଚାମ୍ପିୟନ ଆଖ୍ୟା ଲାଭ କରିଥିଲା । ଉଦ୍‌ଯାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଖେଳାଳି ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ ଓ ରନର୍ସ ହୋଇଥିବା ପୁଇଁତଲା ଦଳକୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି ଅବସରରେ ଖେଳାଳିମାନଙ୍କର ଖେଳୱାଡ ମହୋଭାବକୁ ନେଇ ଏବଂ ଆୟୋଜନ କମିଟିର ସୁନ୍ଦର ଆୟୋଜନକୁ ନେଇ ସାଧୁବାଦ ଜଣାଇଥିଲେ । ପୁରସ୍କାର ବିତରଣି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ମିଶ୍ର, ମଧୁ ବନଛୋର, ଲକ୍ଷ୍ମୀନାରାୟଣ ସ୍ୱାଇଁ, ପୂର୍ବତନ ସରପଂଚ ତ୍ରିଲୋଚନ ସାଗର ମଂଚାସିନ ହୋଇ ଆୟୋଜକ ଓ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.