oom

ଶହୀଦ ଗାଁରେ ବୁଲି ବୁଲି ମାଟି ସଂଗ୍ରହ କଲେ ରାଜ୍ୟ ବିଜେପି ସଭାପତି

jsmm

ସଇଁତଲା, (ପ୍ରମୋଦ ସେଲମା) : ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବ୍ୟାପି ଦେଇଥିବା ଆହ୍ୱାନ କ୍ରମେ ସୋମବାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ସଇଁତଲା ବ୍ଲକ କରମତଲା ପଞ୍ଚାୟତ ସ୍ଥିତ ଗୁରମୁନି ଗ୍ରାମରେ ମୋ’ ମାଟି ମୋ’ ଦେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶହୀଦ ଗୁରମୁନି ଗାଁକୁ ପହଂଚିବା ପରେ ଗ୍ରାମବାସୀ ତରଫରୁ ସଂକୀର୍ତନ ସହ ମହିଳାମାନେ ହୁଲିହୁଲି ଦେଇ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ଶହୀଦ ଯବାନ ଥବୀର ବୁଡ଼େକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ କଳସରେ ଘର ଘର ବୁଲି ବୁଲି ମାଟି ସଂଗ୍ରହ କରିଥିଲେ । ଏଥିରେ ବିଜେପି ସଭାପତି ଶ୍ରୀ ସାମଲ କହିଲେ ଯେ, ଦେଶର ଏକତା, ଅଖଣ୍ଡତା ପାଇଁ ଶହୀଦ ଯବାନମାନେ ଦେଶ ଲାଗି ପ୍ରାଣବଳି ଦେଇଛନ୍ତି । ଏହା ସହିତ ପାକିସ୍ତାନ, ବଙ୍ଗଲାଦେଶ, ଚୀନ, କାରଗିଲ ଯୁଦ୍ଧ ବେଳେ ଯେଉଁମାନେ ଶହୀଦ ହୋଇଛନ୍ତି । ସେମାନଙ୍କ ଶ୍ରୁତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେବା ସହ ଯବାନମାନଙ୍କୁ ମନେ ରଖିବା ପାଇଁ ଗାଁରୁ ମାଟି ସଂଗ୍ରହ କରାଯାଇଛି । ଏହି ମାଟି ଦିଲ୍ଲୀରେ ଶହୀଦ ଯବାନ ପାଇଁ ଏକ ବଡ଼ ସ୍ମାରକୀ ହେବ ବୋଲି ସଭାପତି ଶ୍ରୀ ସାମଲ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଶହୀଦ ଯବାନଙ୍କ ବାପା ଦିବା ବୁଡ଼େକ, ମାଆ ଯଶୋବନ୍ତି, ପତ୍ନୀ ରୀନା, ପୁଅ ହିତେଶଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏଥିରେ ପତ୍ନୀ ରୀନା କହିଲେ ଯେ, ମୋ’ ସ୍ୱାମୀ ଦେଶ ପାଇଁ ଜୀବନ ଦେଇଗଲେ କିନ୍ତୁ ମୋ’ ଗାଁ ପାଇଁ ରାସ୍ତା ଟିଏ ନାହିଁ । ଏହା ସହ ସେ ନିଜ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଂଗୀତା ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁର ଓ ଜିଲ୍ଲା ସମ୍ପାଦକ ମୁକେଶ ଜୈନଙ୍କ ସମେତ ଦଳୀୟ କର୍ମକର୍ତ୍ତାମନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.