oum

୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନରେ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ମଙ୍ଗଳବାର ଭେ ।ରରେ ଗାନ୍ଧୀ ପ୍ରାର୍ଥନା ସହ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଗାନ୍ଧିନଗର ସ୍ଥିତ ମହାତ୍ମା ଗାନ୍ଧୀ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମେତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଥିବା ଉମା ଚରଣ ପଟ୍ଟନାୟକ, ଲିଙ୍ଗରାଜ ଲ’ କଲେଜ ପରିସରରେ ଥିବା ଲିଙ୍ଗରାଜ ପାଣିଗ୍ରାହୀ, ଏମକେସିଜି ମେଡିକାଲ କଲେଜ ପରିସରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ସ୍ୱାମୀ ବିବେକାନନ୍ଦ କମାପଲ୍ଲୀ ଛକସ୍ଥିତ ବୃନ୍ଦାବନ ନାୟକ, ଗିରି ରୋଡ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସ, ଖଲିକୋଟ କଲେଜ ପରିସରରେ ଥିବା ରାଜା ହରିହର ମର୍ଦ୍ଦରାଜ ଓ ରାମଚନ୍ଦ୍ର ମର୍ଦ୍ଦରାଜ, ପିଭିଏନ ରାଓ ଛକସ୍ଥିତ ସୁବାଷ ଚନ୍ଦ୍ର ବୋଷ, ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଥିବା ସହୀଦ ଲକ୍ଷ୍ମଣ ନାୟକ, ସଂସ୍କୃତି ଭବନ ପରିସରରେ ଥିବା କବିସୂର୍ଯ୍ୟ ବଳଦେବ ରଥ, ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, ପୌର ନିଗମ ଅତିଥି ଭବନ ପରିସରରେ ଥିବା ବିଶ୍ୱନାଥ ଦାସ, ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ପୋଷ୍ଟ ପରିସରରେ ଥିବା ଶଶି ଭୂଷଣ ରଥ, ପୁରୁଣା ବସଷ୍ଟାଣ୍ଡସ୍ଥିତ ଇନ୍ଦିରା ଗାନ୍ଧୀ, ବିଜୟା ପେଣ୍ଡାଲ ସମ୍ମୁଖସ୍ଥ କୃଷ୍ଣଚନ୍ଦ୍ର ଗଜପତି, ଦେଶି ବେହେରା ସାହିସ୍ଥିତ ବିଜୁ ପଟ୍ଟନାୟକ, ସବରେଜିଷ୍ଟ୍ରାର ଅଫିସ ପରିସରରେ ଥିବା ପଦ୍ମଶ୍ରୀ ମୋହନ ନାୟକ, କୋର୍ଟପେଟା ଛକସ୍ଥିତ ଦିବାକର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ କମିଟିର ସଂଯୋଜକ ରବି ରଥଙ୍କ ସମେତ କମିଟିର ସଦସ୍ୟ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ମେଜର ରମା ରମଣ ପାଢ଼ୀ, ବିଜେଡି ନେତା ଟି.ଗୋପୀ, ଭାଜପା ନେତା ଡ଼ା.ସୁବାସ ଚନ୍ଦ୍ର ସାହୁ, ଲୋକ ସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର ଜେନା, ଡ଼ା. ସାଗର ରଞ୍ଜନ ତ୍ରିପାଠୀ, ସମାଜସେବୀ ସୁଶାନ୍ତ ସାବତ, ସୁରେଶ ତ୍ରିପାଠୀ, ଡ଼. ଡ଼ମ୍ବରୁଧର ସାହୁ, ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲର ପ୍ରିନ୍ସିପାଲ ସୂର୍ଯ୍ୟନାରାୟଣ ଧର ଓ ଇଂ. ସନ୍ତୋଷ ପାଢ଼ୀଙ୍କ ସମେତ ବହୁ ବରିଷ୍ଠ ନାଗରିକ, ସମାଜସେବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.