ମରଣଯନ୍ତା ପାଲଟିଛି ସାରଙ୍ଗପୁରରୁ ଗନିଆପାଲି ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପଲସାପାଲି ପଂଚାୟତର ସାରଙ୍ଗପୁର ଗ୍ରାମରୁ ଗାଇସିଲାଟ ବ୍ଲକର ଗନିଆପାଲିକୁ ସଂଯୋଗ କରୁଥିବା ୩ କିଲୋମିଟର ହେବ ଆର.ଡ଼ି ରାସ୍ତା କିଛି ବର୍ଷ ପୂର୍ବେ ତିଆରି କରା ହୋଇଥିଲା । ତେବେ ବର୍ଷ ବର୍ଷ ବିତିଯାଇଥିବା ବେଳେ ବର୍ତ୍ତମାନ ରାସ୍ତାର ପିଚୁ, ମେଟାଲ ଉଠିଯାଇ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଛି । ଯ ଦ୍ଵାରା ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଶିକାର ହେବାକୁ ପଡୁଛି । ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି । ତେଣୁ କରି ପ୍ରଶାସନର ଦୃଷ୍ଟି ପଡିଲେ ଲୋକେ ଯିବା ଆସିବାର ସହଜ ହେବ ବୋଲି ସାରଙ୍ଗପୁର, ନୂଆପାଲି, ଗନିଆପାଲିର ଗ୍ରାମବାସୀ ତଥା ସମାଜସେବୀ ନୀଳାଞ୍ଚଳ ଦରୁଆନ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.