oom

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଅବନ୍ଧ ଛକ ନିକଟରେ ପୋଷ୍ଟର ଲଗାଇଲେ ମାଓବାଦୀ । ଏହି ପୋଷ୍ଟରରେ କିଛି ଦୋକାନୀଙ୍କୁ ତାଗିଦ୍ କରାଯାଇଛି । ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି ସନ୍ଦେହରେ ପୋଲିସକୁ ଖବର ଦେଉଛନ୍ତି ସେମାନଙ୍କ ବିଷୟରେ ମାଓବାଦୀମାନେ ଜାଣିଛନ୍ତି, ତେଣୁ ସେମାନେ ସୁଧୁରି ଯାଆନ୍ତୁ ନଚେତ ଦଣ୍ଡିତ ହେବେ ବୋଲି ଚେତାବନୀ ଦେଇଛନ୍ତି ମାଓବାଦୀ ସଂଗଠନ ।ମାଓବାଦୀମାନେ ବିଭିନ୍ନ ଗ୍ରାମର କିଛି ଲୋକଙ୍କୁ ପୋଲିସ ଇନଫର୍ମର ବୋଲି ସନ୍ଦେହ କରୁଛନ୍ତି । ସେମାନଙ୍କ ନାମ ଓ ଗ୍ରାମର ନାମ ଲେଖା ହୋଇଛି ଏବଂ ସୁଧୁରି ଯିବା ପାଇଁ ଚେତାବନୀ ଦେଛନ୍ତି ମାଓବାଦି । ମାଓବାଦୀ ସଂଗଠନ (ବିବିଏମ୍‌), ବରଗଡ଼, ବଲାଙ୍ଗିର ଓ ମହାସମୁନ ସଙ୍ଗଠନ ଏହି ପୋଷ୍ଟର ଲଗାଇଛି ।

jittmm
Leave A Reply

Your email address will not be published.