ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରଚେଷ୍ଟା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡରେ ଅନେକ ଦିନ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଛି । ଏହି ଦାବୀକୁ ପୂରଣ କରିବା ପାଇଁ ଟିଟିଲାଗଡ ବିଧାୟିକା ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ପ୍ରଚେଷ୍ଟା କରିଛନ୍ତି । ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଭାଗୀୟ ଅଧିକାରୀ ଓ ରେଳବାଇ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ବିଦ୍ୟାଳୟ ସ୍ଥାପନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଯେ ପର୍ୟ୍ୟନ୍ତ ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ଵ ସ୍ଥାନ ଓ ପରିସର ତିଆରି ନ ହୋଇଛି ସେ ପର୍ୟ୍ୟନ୍ତ ଟିଟିଲାଗଡରେ ଥିବା ଧବଳେଶ୍ଵର ବିଦ୍ୟାପୀଠର ନୂତନ ଭାବେ ତିଆରି ହୋଇଥିବା ୧୬ଟି ଶ୍ରେଣୀ ଗୃହ ବିଶିଷ୍ଟ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିବା ସୁଚନା ରହିଛି । ପ୍ରତିଉତ୍ତରରେ ରେଳବାଇ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ ବୋଲି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଏହି ପ୍ରଚେଷ୍ଟା ପାଇଁ ଟିଟିଲାଗଡବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.