ହାଥ୍‌ରସ୍‌ ଗଣଦୁ‌ଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ ହେଲା

ଲଖନଉ : ସାରା ଦେଶରେ ହାଥ୍‌ରସ୍‌ ଗଣଦୁ‌ଷ୍କର୍ମ ବିରୋଧରେ ସ୍ୱର ଉଠିଥିଲା । ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଥିଲେ ବହୁ ସଂଗଠନ, ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନେ । ତେବେ ଏହି କ୍ରମରେ ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ ହୋଇଯାଇଛି । ଆଜି ସିବିଆଇ ପୀଡିତାଙ୍କ ଗାଁରେ ପହଞ୍ଚି ୩ଟି ସ୍ଥାନରେ ଛାନଭିନ କରି ତଦନ୍ତ କରିଛି । ପ୍ରାୟ ୪ ଘଣ୍ଟା ଧରି ସିବିଆଇ ପକ୍ଷରୁ ଯାଞ୍ଚ ହୋଇଥିବା ବେଳେ ଘଟଣାସ୍ଥଳର ଭିଡିଓଗ୍ରାଫି କରାଯିବା ସହ ପୀଡିତାଙ୍କ ପରିବାରକୁ ପଚରାଉଚରା ମଧ୍ୟ କରାଯାଇଥିଲା । ଏଥି ସହିତ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନକୁ ଯାଇ ସିବିଆଇ ଯାଞ୍ଚ କରିଛି । ପୀଡିତାଙ୍କ ଗାଁରୁ ସିବିଆଇ ବାହାରି ଆସିଥିବା ବେଳେ ପୀଡିତାଙ୍କ ଭାଇକୁ ପଚରାଉଚରା ପାଇଁ ସିବିଆଇ ସାଂଗରେ ନେଇଥିବା ଜଣାପଡିଛି । ତେବେ ପୀଡିତାଙ୍କ ଗାଁରୁ ସିବିଆଇକୁ କିଛି ତଥ୍ୟ ମିଳିଥିବା ବି‌ଶ୍ୱାସ କରାଯାଉଛି ।

Leave A Reply

Your email address will not be published.