ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ସୁଜଳ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ସୁଜଳ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ୟ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ। ଏହାଦ୍ୱାରା ଲୋକମାନେ ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇ ପାରିବେ । ରାଜ୍ୟରେ ସବୁ ଅଞ୍ଚଳରେ ପର୍ୟ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ।
ଭୁବନେଶ୍ୱରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ୟ୍ୟକ୍ରମ ଲୋକାର୍ପିତ ହୋଇଥିଲା । ଜଳସାଥୀମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି ।


ଦଶଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷେତ୍ରରେ ଭୁବନେଶ୍ୱର ଦେଶର ପ୍ରଥମ ସହର ହୋଇଛି । ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସହରାଞ୍ଚଳର ସବୁ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ‌ଟ୍ୱିଟର ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.