ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧନେ) : ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ ଅବସରରେ ପାନପୋଷ ତାଲୁକ ତଥା ପାନପୋଷ ଉପଖଣ୍ଡର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ ଶ୍ରଦ୍ଧା ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଶ୍ରଦ୍ଧାର ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ଅନ୍ତେବାସୀଙ୍କ ସହ କିଛି ସମୟ ଅନ୍ତରଙ୍ଗ ବାର୍ତ୍ତାଳାପ କରିବା ସହିତ ସେମାନଙ୍କର ମୌଳିକ ଅଧିକାର ଉପରେ ଅଧିକ ତଥ୍ୟ ଦେଇଥିଲେ । ସୁସ୍ଥ ସମାଜ ଗଠନରେ ଏମାନଙ୍କୁ ସେମାନଙ୍କର ଆବଶ୍ୟକୀୟ ସହାୟକ ସାଧନ ଯୋଗାଇ ଦେବାକୁ ଅଧିକ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଶ୍ରଦ୍ଧାର ପିଲାମାନଙ୍କୁ ଫଳମୂଳ ପ୍ରଦାନ କରିଥିଲେ । ଶ୍ରଦ୍ଧାର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ବୌଦ୍ଧିକ ବିକାଶ ବାଧିତ ତଥା ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅନୁଷ୍ଠାନରେ ଚାଲୁଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଏବଂ ସ୍ଵାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମକୁ ଶ୍ରଦ୍ଧାର ସୁକୁମାର ପାଣ୍ଡବ ଏବଂ ପାନପୋଷ ତାଲୁକର ଇଭା ଅନୁପମା ଲୁଗୁନ ପରିଚାଳନା କରିଥିଲେ ।

Leave A Reply

Your email address will not be published.