oom

କଣ୍ଟାବାଞ୍ଜି ମାଟିର ମହୋତ୍ସବ ଆରମ୍ଭ

jsmm

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଲବାଇ ଖେଳପଡ଼ିଆ ଠାରେ ସୋମବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମାଟିର ମହୋତ୍ସବର ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟିର ମହୋତ୍ସବର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଡ଼ଃ. ଫଣିନ୍ଦମ ସିଂଦେଓ, ସମ୍ମାନିତ ଅତିଥି ଶିବାଜୀ ମହାନ୍ତି ,କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାସ, ଉପସଭାପତି କୈଳାସ ଦୀପ, ଆବାହାକ ପୁଷ୍ପକେତୁ ବେହେରା, ନାରୀନେତ୍ରୀ ନିରୁପମା ମାଝୀ, ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝୀ, ବେଦବ୍ୟାସ ନାଗ, ସଞ୍ଜୟ ଗାନ୍ଧୀ, ରାଜେଶ ଅଗ୍ରୱାଲ, ପିଙ୍କି ଖର୍ସେଲ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସମ୍ପାଦକ ମନୋଜ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସୃଜନ ସଙ୍ଗୀତ କଳାକାରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅଞ୍ଚଳର ଲୋକ କଳା, ଲୋକ ସଂସ୍କୃତି, ଲୋକ ବାଦ୍ୟ, ଲୋକ ପରମ୍ପରାକୁ ଉତ୍‌ଜ୍ଜୀବିତ କରିବା ସହ ଅଞ୍ଚଳର କଳାକାରଙ୍କୁ ସୁଯୋଗ ଦେବାର ଏକ ମାଧ୍ୟମ ହୋଇପାରିଛି, ସଂସ୍କୃତି ପରିବର୍ତ୍ତନଶୀଳ କିନ୍ତୁ ଅବକ୍ଷୟମୁଖୀ ନିଜ ଅଞ୍ଚଳର କଳା, ସଂସ୍କୃତିର ସଂରକ୍ଷଣର ଆବଶ୍ୟକତା ରହିଛି । କଳା ବଞ୍ଚିଲେ ସଂସ୍କୃତି ବଞ୍ଚିବ ବୋଲି ମୁଖ୍ୟବକ୍ତା ଡ଼ଃ. ଫଣିନ୍ଦମ ସିଂଦେଓ କହିଥିଲେ । ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ସିନ୍ଧେକେଲାର ଦୀପ୍ତିରେଖା ବାଗ, ବେହେରେନସିଲେଟ ଗାଁର ସୁମନ ନାଏକ, କଣ୍ଟାବାଞ୍ଜିର ସନ୍ତୋଷ ନାଗଙ୍କୁ ମାଟିର ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମେଲୋଡ଼ି କାର୍ଯ୍ୟକ୍ରମର ଆଜୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପସଭାପତି ସନ୍ତୋଷ ଅଗ୍ରୱାଲ, ନିଶିକାନ୍ତ ମହାପାତ୍ର, ସହ ସଂପାଦକ ତୁଳସୀରାମ ଜଗତ, ଦିନେଶ ମହାନନ୍ଦ, ଆଶିଷ ଅଗ୍ରୱାଲ, ଆଇନ ପରାମର୍ଶଦାତା ବିବେକ ଶର୍ମା, ପ୍ରଚାରକ ରୋହନ କୁମାର ମହତ, ସାଂସ୍କୃତିକ ସଂଯୋଜକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଅମରରେନ୍ଦ୍ର ବାଗ, କାର୍ଯ୍ୟକାଣୀ ସଦସ୍ୟ ପ୍ରେମାନନ୍ଦ ପୁଟେଲ, ରାଜୁ ବାରିକ, ସୋହନ ଗୁରୁ, ସୋମନାଥ ସାହୁ, ସୋନୁ ସତପଥୀ, ମୋହନ ସୁନା, ସତ୍ୟନାରାୟଣ ଅଗ୍ରୱାଲ, ପପୁ ଜୁଏଡ, ବିମଳ ହାତୀ, ବିଟୁ ସାଙ୍ଘାଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.