om academy

ଶିକ୍ଷକ ନିରଞ୍ଜନ ନାହକଙ୍କ ଅସ୍ୱାଭାବିକ ମୃତ୍ୟୁ : ରହସ୍ୟ ଭିତ୍ତିରେ ଜଣେ ମହିଳାଙ୍କ ପ୍ରେମ ସମ୍ପର୍କ : ମହିଳା ଅଟକ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମଥୁରା ଗୁଡିମାଳ ଗ୍ରାମର ନିରଞ୍ଜନ ନାହକଙ୍କ ମୃତ୍ୟୁ ହୋଇଛି । କଳମ୍ବ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ୟ୍ୟରତ କରୁଥିଲେ ନିରଞ୍ଜନ ନାହକ । ମଙ୍ଗଳବାର ସକାଳୁ ମାର୍ଦା ମନ୍ଦିର ଛକ ନିକଟରେ ରହିଥିବା ବିଶ୍ରାମଗାରରେ ପଡିରହିଥିବା ବେଳେ ମୃତ ଦେହକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ସେହି ଗ୍ରାମର ବନିତା ସେଠି ଗତ କାଲି ରାତିରେ ଆସି ନିରଞ୍ଜନଙ୍କ ଘରେ ରହିଥିବା ବେଳେ ପ୍ରେମ ସମ୍ପର୍କକୁ ନେଇ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଅନ୍ୟପଟେ ନିରଞ୍ଜନକୁ ବିଷ ଦେଇ ମାରି ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି । ଏହାଏକ ପ୍ରେମ ସମ୍ପର୍କକୁ ନେଇ ଘଟିଥିବା ଜଣାଯାଏ । ଏକ୍ଷେତ୍ରରେ ସମ୍ପୃକ୍ତ ଜନୈକ ମହିଳାଙ୍କୁ ଅଟକରଖି ପଚରା ଉଚରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.