ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅର୍ନ୍ତଗତ ବାହ୍ମଣତରାବୋଇ ଗ୍ରାମର ସନାତନ ବେହେରାଙ୍କ ପତ୍ନୀ ବନିତା ବେହେରା(୨୬)ଙ୍କ ବୁଧବାର ରାତିରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ଡେଲାଙ୍ଗ ଥାନା ଅର୍ନ୍ତଗତ ମାର୍ଥା ଗ୍ରାମର ମୃତକ ମହିଳାଙ୍କ ବାପା ଧୁଳିରାମ ବେହେରାଙ୍କ ଅଭିଯୋଗ ଅନୁଯାୟୀ ୩ବର୍ଷ ପୂର୍ବେ ବ୍ରାହ୍ମଣତରାବୋଇ ଗ୍ରାମର ସନାତନଙ୍କ ସହିତ ବନିତାଙ୍କ ବୈଦିକରୀତିରେ ବିବାହ ହୋଇଥିଲା । ସମ୍ପ୍ରତ୍ତି ବନିତାଙ୍କ ଦେଢବର୍ଷର ଶିଶୁ ପୁତ୍ର ଥିବା ବେଳେ ବନିତା ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ବନିତା ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ମୃତ ମହିଳାଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଂଚି ବନିତା ମୃତ୍ୟୁ ବରଣ କରିଥିବା ଦେଖି ସନ୍ଦେହ ହେବାରୁ ଏନେଇ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଡେଲାଙ୍ଗ ଥାନା ଏସଆଇ ଲାଇକା ମହାରଣା ଡାକ୍ତରଖାନାରେ ପହଂଚି ମୃତ ମହିଳାଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ଥାନାରେ ୬/୨୧ରେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଥିବା ବେଳେ ମୃତକଙ୍କ ସ୍ୱାମୀକୁ ଥାନାରେ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ନେଇ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.