ସମନ୍ଵିତ ଶିଶୁ ବିକାଶ ବିଭାଗ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଘଟଣାକୁ ଚପାଇ ଦେବାକୁ ପ୍ରଶାସନିକ ସ୍ତରରେ ଚାଲିଛି ଉଦ୍ୟମ !

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ବ୍ଲକ ବିଡିଓଙ୍କ ପ୍ରକୋଷ୍ଠରେ ମହିଳା କର୍ମଚାରୀ ପୁର୍ଣିମା ବୈଠାରୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମହିଳା କର୍ମଚାରୀଙ୍କୁ ବ୍ଲକ କାର୍ୟ୍ୟାଳୟର ମୁଖ୍ୟ କିରାଣୀଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ଟିଟିଲାଗଡ଼ ବ୍ଲକ ବିଡ଼ିଓ ନବୀନ ନାଏକଙ୍କ ପ୍ରକୋଷ୍ଠରେ ଏହି ଘଟଣା ଘଟିଛି । ବ୍ଲକ କାର୍ୟ୍ୟାଳୟକୁ ଏକ ଫାଇଲ ପାଇଁ ଯାଇଥିବା ସମୟରେ ଫାଇଲ ବିଷୟରେ ଜାଣିବା ପାଇଁ ମୁଖ୍ୟ କିରାଣୀ ଗୋପାଳ ଦାସଙ୍କୁ ବିଡ଼ିଓ ନିଜ ପ୍ରକୋଷ୍ଠକୁ ଡ଼କାଇଥିଲେ । କିନ୍ତୁ ମୁଖ୍ୟ କିରାଣୀ ବିଡ଼ିଓଙ୍କ ସମ୍ମୁଖରେ ଓଲଟା ମହିଳା ସୁପର ଭାଇଜରଙ୍କୁ ନାଳୀ ଆଖି ଦେଖାଇବା ସହ ଯାବତୀୟ ଭାଷାରେ ଦୁର୍ବ୍ୟବହାର କରିବା ସହ ଗାଳି ଗୁଲଜ କରି ତଡି ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ଏସବୁ ଘଟଣା ଟିଟିଲାଗଡ଼ ବିଡ଼ିଓ ନବୀନ ନାଏକଙ୍କ ଉପସ୍ଥିତିରେ ଘଟିଥିବା ପୀଡ଼ିତା ତଥା ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳା ଅଭିଯୋଗ କରିଛନ୍ତି । ନିଜ ବରିଷ୍ଠ କିରାଣୀକୁ ଅଟକାଇବା ପାଇଁ ବିଡ଼ିଓ ଚେଷ୍ଟା ମଧ୍ୟ କରି ନଥିବା ମହିଳା କହିଛନ୍ତି । ବିଡ଼ିଓ ମହାଶୟଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୋକାରିଣୀ । ଟିଟିଲାଗଡ଼ ବ୍ଲକରେ ଥିବା ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ୟ୍ୟାଳୟରେ ସୁପର ଭାଇଜର ପଦବୀ ସହ ଅତିରିକ୍ତ ଅଫିସ ଦାୟିତ୍ୱରେ ଥିବା କର୍ମଚାରୀ ପୂର୍ଣମୀ ବୈଠାରୁ । ଏକ ଅଙ୍ଗନବାଡି କେନ୍ଦ୍ର ଗୃହର ୟୁସି ପ୍ରମାଣ ପତ୍ର ପାଇଁ ବ୍ଲକକୁ ଯାଇଥିଲେ ହେଲେ ସେଠାରେ ଓଲଟା ଦୁର୍ବ୍ୟବହାରର ଶିକାର ହେବା ଘଟଣା ତାଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି । ମହିଳା କର୍ମଚାରୀ କେତେ ସୁରକ୍ଷିତ ଏବଂ ସ୍ୱାଧୀନତା ଭାବରେ କାର୍ୟ୍ୟରତ ତାହାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ପୂର୍ଣମୀ ବୈଠାରୁ । ସୂଚନା ଥାଉ କି, ଏକ କୋଠାଘର ଉପରେ ବଲାଙ୍ଗିର ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ୟୁସି ମାଗିଥିଲେ । ଏହାରି ଉପରେ ଟିଟିଲାଗଡ଼ ସିଡ଼ିପିଓ ସମ୍ପୃକ୍ତ ସୁପର ଭାଇଜରଙ୍କୁ ବ୍ଲକକୁ ଯାଇ ଆଣିବା ପାଇଁ କହିଥିଲେ । କିନ୍ତୁ ଏନେଇ ବ୍ଲକକୁ ଯାଇଥିବା ବେଳେ ବରିଷ୍ଠ କିରାଣୀ ଗୋପାଳ ଦାଶ ମହିଳା କର୍ମଚାରୀ ପୂର୍ଣମୀ ବୈଠାରୁଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ । ମାନସିକ ସ୍ତରରେ ସେ ଭାଙ୍ଗି ପଡ଼ିଥିବା ବେଳେ ଏମିତି ଦୁର୍ବ୍ୟବହାରକୁ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିବା କହିଛନ୍ତି । ଟିଟିଲାଗଡ଼ ବିଡ଼ିଓଙ୍କ ନିକଟକୁ ପ୍ରତିକ୍ରିୟା ପାଇଁ ଗଣମାଧ୍ୟମ ପହଞ୍ଚିଥିଲା ହେଲେ ସେ ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କରିଦେଇ ଥିଲେ ଏବଂ ଚୌକି ଛାଡି ଚାଲି ଯାଇଥିଲେ । ପରେ ଏନେଇ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ବାହାରେ କାହାକୁ ନ ଜଣାଇବା ଏବଂ ଗଣମାଧ୍ୟମ ଆଗରେ ଏ ଘଟଣାକୁ ପ୍ରକାଶ ନକରିବାକୁ ଟିଟିଲାଗଡ ପ୍ରଶାସନିକ ଅଧିକାରୀ ଏବଂ ବ୍ଲକ୍ ଅଧିକାରୀ ଚାପ୍ ପ୍ରୟୋଗ କରିଥିବା ବିଷୟ ଏବେ ଟିଟିଲାଗଡ ସହରର ହାଟରୁ ଯାଇ ଦଣ୍ଡରେ ଗଡୁଛି । ନିଜ ଚାକିରୀ କାଳ ସମୟରେ ସଚ୍ଚୋଟ ଏବଂ ନିଜ ଦକ୍ଷତାର ପ୍ରମାଣ ଦେଇ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରି ଆସୁଥିବା ମହିଳା କର୍ମଚାରୀଙ୍କୁ ପ୍ରଥମେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଓ ଘଟଣାକୁ ବାହାରେ ପ୍ରଘଟ ନ କରିବା ପାଇଁ ଚାପ୍ ପ୍ରଯୋଗ କରୁଥିବା ଅଭିଯୋଗ ମହିଳା କର୍ମଚାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବିଭାଗର ଅଧ୍ୟକ୍ଷ ଟିଟିଲାଗଡର ଉପଜିଲ୍ଲାପାଳ ରହିଥିବାରୁ ଏ ଘଟଣାର ଉଚିତ୍ ନ୍ୟାୟ ପାଇବା ପାଇଁ ପୀଡ଼ିତା ଜଣକ ଉପ ଜିଲ୍ଲାପାଳଙ୍କ ପାଖରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଟିଟିଲାଗଡ଼ର ବିଧାୟିକା ଟୁକୁନି ସାହୁ ରାଜ୍ୟର ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ରହିଛନ୍ତି । ଆଉ ତାଙ୍କର ଘର ନିକଟରେ ବ୍ଲକ କାର୍ୟ୍ୟାଳୟ ରହିଛି । ହେଲେ ଏଠାରେ ବି ମହିଳା କର୍ମଚାରୀଙ୍କୁ ସମ୍ମାନ ମିଳୁନାହିଁ । ଯେଉଁଠି ମନ୍ତ୍ରୀଙ୍କ ବାସ ସ୍ଥାନ ସେହି ସ୍ଥାନରେ ତାଙ୍କରି ବିଭାଗ ଅଧିନସ୍ଥ ମହିଳା କର୍ମଚାରୀ ସୁରକ୍ଷିତ ନୁହଁନ୍ତି ତ ଅନ୍ୟ ସ୍ଥାନର ମହିଳା କର୍ମଚାରୀ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ବାଚୀ । ତେବେ ଏହାରି ଉପରେ ଆଗକୁ କଣ ତଦନ୍ତ ହେଉଛି ଏବଂ କଣ ପଦକ୍ଷେପ ନିଆଯାଉଛି ନା ମନ୍ତ୍ରୀଙ୍କ ଇସାରାରେ ସବୁ ରଫା ଦଫା ହେଉଛି ତାହାରି ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.