
ସୁବର୍ଣ୍ଣପୁର, (କେିପଏନ୍ଏସ୍) : ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସଭାରେ ସମ୍ମାନିତ ଅତିଥି ଭାବରେ ଆଲୁମିନୀ ସଦସ୍ୟା ସ୍ନିଗ୍ଧା ପ୍ରଧାନ ମଞ୍ଚାସିନ ହୋଇ ମହିଳା ମାନଙ୍କର ସମାଜରେ କର୍ତ୍ତବ୍ୟ, ସମ୍ମାନ ତଥା ନିରାପତ୍ତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ବଲପୁରସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମାମିନା ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ମ।ନେ କିପରି ସମାଜ ସଂସ୍କାର ଦିଗରେ ଯୁଗେ ଯୁଗେ କାର୍ଯ୍ୟକାରୀ ଆସିଛନ୍ତି ତାହା ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚାସିନ ହୋଇ ଏବେ ପୁଅ ଝିଅ ମାନେ ଶିକ୍ଷା ,ବ୍ୟବସାୟ,ବାଣିଜ୍ୟ, ସାହିତ୍ୟ, ତଥା ଗବେଷଣା କ୍ଷେତ୍ରରେ ସମାନ ଅଟନ୍ତି ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ମହିଲା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାର ପ୍ରାରମ୍ଭରେ ଅତିଥିମାନେ ଅଗ୍ରପୂଜ୍ୟ ଗଜନନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରକ୍ୱଳନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ଦୀପ , ଅର୍ଚ୍ଚିତା ପ୍ରଧାନ, ଜନାନିକା ନାୟକ, ଲିପ୍ସା ଜୁଆଡି ଓ ଶୁଭଶ୍ରୀ ବରିହା ଏହି ଅବସରରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ଅନ୍ତରା ଜାଲ, ସୀମି ନାୟକ ଓ ସାଥୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭାକୁ ସଂଯୋଜନା କରିଥିଲେ । ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ ଖମାରୀ, ବିକାଶ, ଅମିତ ଓ ସମୀର କଠାର ସହଯୋଗ କରିଥିଲେ ।