ଦାବୀ ପୁରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡ଼ର ମହାସଂଘ

ଭୁବନେଶ୍ୱର, (ମମତା ମହାକୁର) : ରାଜ୍ୟ ସରକାରଙ୍କ ତରଫରୁ ଗତ ମଙ୍ଗଳବାର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବିଂଜ୍ଞପ୍ତି ନ:-୯୮୯ ତା:-୨୧-୧୨-୨୧ରେ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ମାପଦଣ୍ତ କୋହଳ କରାଯାଇଥିବା ଉଭୟ ସାଧାରଣ ବର୍ଗ ଏବଂ ଅନୁସୂଚିତ ଜନଜାତି, ହରିଜନ, ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାର୍କ୧୫% ହ୍ରାସ କରାଯାଇଛି । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଯୋଗ୍ୟତା ଅଙ୍କନ ମାର୍କ ୬୦% ରୁ ୪୫% ଓ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦%ରୁ ୩୫% ହ୍ରାସ କରାଯାଇଛି । ଏଣୁ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ପ୍ରାର୍ଥୀ ମାନଙ୍କ କ୍ଷେତ୍ରରେ ହେବାଲାଗି ଥିବା ନିୟମରେ ପରିବର୍ତ୍ତନ କରିବାକୁ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର) ମହାସଂଘ ପକ୍ଷରୁ ଦୃଢ ଦାବୀ କରାଯାଇଛି । ପ୍ରାଥମିକ ଶିକ୍ଷକ ମାନଂକୁ ପାତର ଅନ୍ତର ନକରି ଓଟିଇଟି ପରୀକ୍ଷାର୍ଥୀଙ୍କ ପାଇଁ କ୍ୱାଲିଫାଏ ମାର୍କରେ ସାଧାରଣ ବର୍ଗ ଙ୍କ ପାଇଁ ୬୦% ରୁ ୪୫% ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ୫୦% ରୁ ୩୫% କୋହଳ ସମ୍ପର୍କିତ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ କରାନଗଲେ, ଆଗାମୀ ଦିନରେ ରାଜ୍ୟ ମହାସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ରାଜ୍ୟ ମହାସଂଘ ପକ୍ଷରୁ ଏକ ପ୍ରେସ ବିବୃତିରେ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ ଓ ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ କହିଛନ୍ତି ।

Leave A Reply

Your email address will not be published.