oum

ସବୁ ସମୟ ପାଇଁ ଆଦର୍ଶ ଓ ଐିତିହାସିକ ଚରିତ୍ର ଭାବେ ମନେ ରହିବେ ମହାନ୍‌ ପୁରୁଷ ଭାଗବତ ପ୍ରସାଦ ନନ୍ଦ

jsm

ସମ୍ବଲପୁର, (ଦାମୋଦର ପଣ୍ଡା) : କିଛି ଏଇମିତି ବ୍ୟକ୍ତିତ୍ଵ ଥାଆନ୍ତି, ଯେଉଁମାନଙ୍କ ପରିଚୟ, ସବୁ ପରିଚୟର ଉପରେ ଥାଏ, ସେମିତି ଜଣେ ବ୍ୟକ୍ତିତ୍ଵ ଭାଗବତ ନନ୍ଦ । ଏଭଳି କୌଣସି ଦିଗ ନାହିଁ, ଯେଉଁଠି ତାଙ୍କର ଦାମ୍ଭିକ ଉପସ୍ଥିତି ଜାହିର କରି ନାହାନ୍ତି । ୧୯୩୭ ମସିହାରେ ବଲାଙ୍ଗିରରେ ଜନ୍ମଗ୍ରହଣ କରିଥିବା ଏହି ପ୍ରଜ୍ଞା ପୁରୁଷ ଛାତ୍ର ଜୀବନରୁ ରାଜନୀତି ସହିତ ଜଡିତ ରହି ରାଜେନ୍ଦ୍ର କଲେଜ ସମ୍ପାଦକ ଥିଲେ ୧୯୫୬ ରେ । ସେହି ସମୟରୁ ସୀମା ବିବାଦ ଆନ୍ଦୋଳନ ସହ ଜଡ଼ିତ ଥିଲେ ଓ କିଛି ସମୟ କାରାବରଣ ମଧ୍ୟ କରିଥିଲେ।
ପରବର୍ତ୍ତୀ ସମୟରେ ହୀରାକୁଦ ରି ରୋଲିଂ ମିଲରେ ଚାକିରି କରୁଥିଲେ ଓ ଏଆଇଟିୟୁସି ଆନ୍ଦୋଳନରେ ସଂପୃକ୍ତ ହୋଇ ଚାକିରି ଛାଡିଥିଲେ । ତା ପରବର୍ତ୍ତୀ ସମୟରୁ ଶେଷ ଜୀବନ ଯାଏ ବହୁ ସଂଗଠନ ସହ ଜଡ଼ିତ ରହି ଆସିଥିଲେ । ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନଠୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଓ କାର୍ୟ୍ୟକ୍ରମରେ ସକ୍ରିୟ ଥିଲେ । ଏପରିକି ୧୯୭୪-୭୬ ପର୍ୟ୍ୟନ୍ତ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ତାଙ୍କ ବ୍ୟକ୍ତିଗତ ସହାୟକ ଥିଲେ ।
ସାମ୍ବାଦିକତା କ୍ଷେତ୍ରରେ ଏନୟୁଜେର ସଭାପତି, ହୀରାଖଣ୍ଡ ନାଗରିକ ପରିଷଦ ସଭାପତି ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି, ଭୀମସାର୍ ପରିଚାଳନା କମିଟି ସଦସ୍ୟ ଆଦି ବହୁ ସମ୍ମାନସ୍ପଦ ଦାୟିତ୍ୱରେ ଥିଲେ।
ଆଜୀବନ ଜଣେ ଉତ୍ସର୍ଗୀକୃତ ନିର୍ବିବାଦୀୟ ବ୍ୟକ୍ତି ଭାବେ ପରିଚିତ, ଏପରିକି ମୃତ୍ୟୁ ପରେ ସେ ନିଜ ଶରୀରକୁ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଦାନ କରିବା ପାଇଁ ଇଚ୍ଛା ପତ୍ର ପ୍ରଦାନ କରିଥିଲେ । ସେ ସବୁ ସମୟ ପାଇଁ ଆଦର୍ଶ ଓ ଏକ ଐିତିହାସିକ ଚରିତ୍ର ଭାବେ ମନେ ରହିବେ ।
ମୁଁ ଏକ ନିୟମିତ ସ୍ତମ୍ଭ ଲେଖିବା ସମୟରେ ସେ କିଛି ନୂଆ ବିଷୟରେ ଲେଖିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଁ ଯେଉଁ ଦିନ ଜାଣିଲି, ସେ ସବୁ ପଢୁଥିଲେ, ମୁଁ କୃତଜ୍ଞ ଥିଲି । ଏବେ ସାରା ଓଡ଼ିଶା ତାଙ୍କ ପ୍ରତି କୃତଜ୍ଞ ରହିବ ।

Leave A Reply

Your email address will not be published.