pr

ଅସହାୟ ଏବଂ ଗରିବ ମହିଳାଙ୍କ ପାଇଁ ମାଗଣା ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲେ ଡା. ଶଙ୍କର ରାମଚନ୍ଦାନୀ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଜର ସମାଜ ସେବା ଓ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ସବୁବେଳେ ଡା. ଶଙ୍କର ରାମଚନ୍ଦାନୀ ଚର୍ଚ୍ଚାରେ ରହୁଥିବା ବେଳେ ଗତ ୨୧ ଜୁନରେ ନିଜ ମାଁଙ୍କ ଦେହାନ୍ତ ପରେ ନିଜ ମାଁ ସ୍ୱର୍ଗତ ଲଜବନ୍ତି ରାମଚନ୍ଦାନୀଙ୍କ ସ୍ମୃତିରେ ଅସହାୟ ଗରିବ ଓ ବିଧବା ମହିଳାଙ୍କ ପାଇଁ ମାଗଣା ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ପୁଣି ଚର୍ଚ୍ଚାରେ ଆସିଛନ୍ତି ଡା. ଶଙ୍କର ରାମଚନ୍ଦାନୀ । ତେବେ ତାଙ୍କର ଓ ତାଙ୍କ ବଡ଼ ଭାଇଙ୍କର କହିବା ଅନୁସାରେ ଛୁଆଟି ଦିନରୁ ଆର୍ଥିକ ଶଙ୍କଟ ଯୋଗୁଁ ତାଙ୍କ ବାପାଙ୍କୁ ସହାୟତା କରିବା ପାଇଁ ଏମିତି ହିଁ ଏକ ସିଲେଇ ମେସିନ୍‌ରେ ବସି ସିଲେଇ କରି ତାଙ୍କୁ ଛୋଟରୁ ବଡ଼ କରିଛନ୍ତି ତାଙ୍କ ମାଁ । ତେଣୁ ତାଙ୍କ ପରି ଅନ୍ୟ ଦରକାର କରୁଥିବା ଏବଂ ଅସହାୟ ମହିଳା ଏହି ସିଲେଇ ପ୍ରଶିକ୍ଷଣ ଶିଖି ସ୍ୱାବଲମ୍ବୀ ହୋଇ ପାରିବେ ବୋଲି କହିଥିବା ବେଳେ ପ୍ରଶିକ୍ଷଣ ପରେ ସିଲେଇ ଶିଖୁଥିବା ଏହି ମେସିନ ଗୁଡିକୁ ସେହି ମହିଳାଙ୍କୁ ଦାନ କରିଦିଆଯିବ ବୋଲି କହିଛନ୍ତି ଡା. ରାମଚନ୍ଦାନୀ । ତେବେ ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ତାଙ୍କର ଗୁରୁ ଏବଂ ଜନ ସାଧାରଣ ।

nrusinghnath
Leave A Reply

Your email address will not be published.