ଅବକାରୀ ବିଭାଗ ଦ୍ଵାରା ରନ୍ଧା ମଦ ଜବତ

ଟିଟିଲାଗଡ, (ଗୌରବ ଦରଜୀ) : କୋରୋନା କାଳରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରାୟ ୫ ମାସ ଧରି ଅନେକ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରିବା ପରେ ବର୍ତ୍ତମାନ ଅନ୍‌ଲକ୍‌ ପ୍ରକ୍ରିୟା ଚାଲିଛି ସାରା ଦେଶରେ । ଜନସାଧାରଣଙ୍କ ଜୀବନ ସାମାନ୍ୟ ସୁଧୁରି ଆସୁଥିବା ବେଳେ ଅନେକ ଅସାମାଜିକ ଲୋକ ତାଙ୍କର ବେଆଇନ କାର୍ୟ୍ୟ ଜାରି ରଖିଛନ୍ତି । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସଇଁନ୍ତଲା ବ୍ଲକ୍ ଧରପଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଶମେଲ ଗ୍ରାମରେ ।

ସେଠାରେ ଜଣେ ବ୍ୟକ୍ତି ବେଆଇନ ଭାବେ ମଦ ରାନ୍ଧି ନିଜ ଗ୍ରାମ ସହିତ ପାଖ ଅଞ୍ଚଳ ଗୁଡ଼ିକରେ ବିକ୍ରି କରୁଥିଲେ । ଟିଟିଲାଗଡ ଅବକାରୀ ବିଭାଗ ଖବର ପାଇ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲେ । ବ୍ୟକ୍ତି ଜଣକ ନିଜ ଘର ସାମ୍ନାରେ ମଦ ରାନ୍ଧି ରଖିଥିଲେ । ଅବକାରୀ ବିଭାଗ ସେହି ସ୍ଥାନରୁ ପ୍ରାୟ ଦଶ ଲିଟର ରନ୍ଧା ମଦ ଜବତ କରିବା ସହ ସେହି ବ୍ୟକ୍ତିକୁ ଗିରଫ କରି ଟିଟିଲାଗଡ ଅବକାରୀ ବିଭାଗ କାର୍ୟ୍ୟାଳୟ ଆଣି ଏଫ୍ଆଇଆର୍ ଦର୍ଜ କରିବା ପରେ ତାକୁ କୋରୋନା ମହାମାରୀ ଯୋଗୁଁ ଛାଡ଼ି ଦେଇଥିବା ଟିଟିଲାଗଡ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

କିନ୍ତୁ ସାଧାରଣ ଜନତା ଆଲୋଚନା କରୁଛନ୍ତି ଯେ, ସେହି ଯୁବକ ତ କେବଳ ମାତ୍ର କିଛି ଲିଟର ମଦ ତିଆରି କରି ବିକ୍ରୀ କରୁଛନ୍ତି. କିନ୍ତୁ ଯେଉଁମାନେ ଶହ ଶହ ଲିଟର ମଦ ତିଆରି କରି ଅସାଧୁ ଉପାୟରେ ବିକ୍ରି କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ସମୟ ଥାଉ ଥାଉ ଧାରା ଯିବା ଉଚିତ୍ । ଏମାନଙ୍କ ପଛରେ ଅନେକ ବଡ଼ବଡ଼ିଆ ଲୋକେ, ବିଭିନ୍ନ ବ୍ୟବସାୟୀ ଓ ରାଜନୈତିକ ବ୍ୟକ୍ତି ଥିବା ଆଲୋଚନା କରୁଛନ୍ତି ଜନସାଧାରଣ।

Leave A Reply

Your email address will not be published.