ସମ୍ବିଧାନ ସୁରକ୍ଷା ମଞ୍ଚ ଓ ହସ୍ପିଟାଲ ବଞ୍ଚାଅ ଅଭିଯାନ ବରଗଡ଼ ପକ୍ଷରୁ ଉଠିଲା ସ୍ୱର

ବରଗଡ଼, (ଗୋପୀନାଥ ସାହୁ) : ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆବଶ୍ୟକ ପରିମାଣର ଡାକ୍ତର, ଫାର୍ମାସିଷ୍ଟ, ନର୍ସ ତଥା ଅନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ ଦାବୀରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ମଞ୍ଚର ଆବାହକ ଭବାନୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ନାଗରିକ ଗଣ ଏକ ସ୍ଵରରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ଘୋଷଣା ମୁତାବକ ଡାକ୍ତର, ନର୍ସ ଓ ଆବଶ୍ୟକୀୟ ପାରା ମେଡିକାଲ ଷ୍ଟାଫ ଯୋଗାଇ ଦେଇ ନଥିବାରୁ ଏହି ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର, ଯାହାକୁ କି ରାଜ୍ୟ ସରକାର ଅର୍ବାନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଘୋଷଣା କରିଥିଲେ, ଜନ ସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସରକାର କେବଳ ଘୋଷଣା କରିଛନ୍ତି ହେଲେ କାର୍ଯ୍ୟକାରୀ ହୋଇ ପାରିନାହିଁ । ଏହା ଭିତରେ କରୋନାର ପ୍ରବେଶ ଫଳରେ ଜନସାଧାରଣଙ୍କ ଅସୁବିଧା ଦ୍ଵିଗୁଣିତ ହୋଇ ଯାଇଛି । ସାମାନ୍ୟ ତମ ସ୍ୱାସ୍ଥ୍ୟ ସୁବିଧା ଜନସାଧାରଣ ପାଇବାରୁ ବଞ୍ଚିତ ହେଉଛନ୍ତି । ଆଜିର ବୈଠକରେ ଉପସ୍ଥିତ ରହି ସମସ୍ତେ ନିଜ ନିଜ ମତ ଦେବା ସହ ରାଜ୍ୟ ସରକାର ସେମାନଙ୍କୁ ଅଯଥାରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ କରନ୍ତୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ବୈଠକ ପୂର୍ବରୁ ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହି ବିଷୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ଦେହେରୀ, ଶିବାନନ୍ଦ ମଟାରୀ, ରମେଶ ମହାପାତ୍ର, ଦେବିକା ଶିକା, ପ୍ରଦୀପ ଧାନୂକା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.