ଟିଟିଲାଗଡ ରେ ଶାନ୍ତିପୂର୍ଣ୍ଣ ଭାବେ ଜବର୍ ଦଖଲ ଉଚ୍ଛେଦ

ଟିଟିଲାଗଡ, ( ଗୌରବ ଦରଜୀ) : ବହୁ ବର୍ଷ ଧରି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଥିବା ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ହୋଇ ରହିଥିଲା। ଟିଟିଲାଗଡର ଅନେକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନୀ ମାନେ ଦୋକାନ ଷ୍ଟଲ୍ ଠୁ ଆଗକୁ ପ୍ରାୟ ୫-୬ଫୁଟ ବଢେଇ ସ୍ଥାନ ଦଖଲ କରି ଆଜବେଷ୍ଟଜ ଦେଇ କିମ୍ବା ଚାଲ କୁଡିଆ ତିଆରି କରି ନେଇଛନ୍ତି। ଯାହା ଫଳରେ ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ହେବା ସହ ଗ୍ରାହକମାନେ ଗାଡ଼ି ମୋଟର ରାସ୍ତା ଉପରେ ରଖୁଥିବା ଯୋଗୁଁ ବହୁ ମାତ୍ରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।
ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡ ଉପଜିଲ୍ଲପାଳ ସୋମେଶ ଉପାଧ୍ୟାୟ ଏହି ଜବର ଦଖଲକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେଉଛନ୍ତି। କିଛି ଦିନ ପୂର୍ବରୁ ଟିଟିଲାଗଡ ସ୍ଥିତ ବିଏସଏନଏଲ୍ ଭବନ ସାମନାରୁ ହଟଲି ଛକ ପର୍ଯ୍ୟନ୍ତ ଥିବା ଫଳ ଦୋକାନ ଗୁଡ଼ିକୁ ତାଙ୍କର ଦଖଲ କରିଥିବା ସ୍ଥାନକୁ ଶୀଘ୍ର ଖାଲି କରିବାକୁ ନିର୍ଦେଶ ଦେଇଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦେଶ ମାନି ଫଳ ଦୋକାନୀମାନେ ଯଥାଶୀଘ୍ର ତାଙ୍କ ଅଧିକୃତ ସ୍ଥାନ ଖାଲି କରିଥିଲେ। ଏହା ପରେ ଗତ କାଲି ଉପଜିଲ୍ଲାପାଳ, ଅନ୍ୟାନ୍ୟ ମ୍ୟୁନିସିପାଲଟି ଅଧିକାରୀ ସହ ମିଶି ପେଟ୍ରୋଲ ପମ୍ପ ଛକଠୁ ରେଳୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକୁ ମାପି ଦୋକାନୀମାନଙ୍କ ଦ୍ଵାରା ଅଧିକୃତ ସ୍ଥାନକୁ 24 ଘଣ୍ଟା ମଧ୍ୟରେ ଖାଲି କରିବା ପାଇଁ ନିର୍ଦେଶ କରିଥିଲେ।ଟିଟିଲାଗଡର ଅନ୍ୟ ମୁଖ୍ୟ ରାସ୍ତା ଗୁଡ଼ିକ ଯେପରି ପୋଲିସ ଷ୍ଟେସନ ଠାରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଲମ୍ବି ଥିବା ଧର୍ମଶାଳାରୋଡ, ପୋଲିସ ଷ୍ଟେସନ ଠାରୁ ବାନ୍ଦୁପଲା ଜାତୀୟ ରାଜପଥ ୫୯ ଓ ଶାସ୍ତ୍ରୀ ଛକ ଠାରୁ ସର୍ଗିଗୁଡା ପର୍ଯ୍ୟନ୍ତ ଲମ୍ବି ଥିବା ମୁଖ୍ୟ ରାସ୍ତା ସହ ଅନ୍ୟାନ୍ୟ ରାସ୍ତା ମୁଖ୍ୟ ରାସ୍ତା ଗୁଡ଼ିକୁ ମଧ୍ୟ ପ୍ରଶସ୍ତ କରିବା ସହ ସହର ମଝିରେ ହେଇଥିବା ଜବର ଦଖଲ ଓ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି।

Leave A Reply

Your email address will not be published.