oom

ଲୋଇସିଂହା ବିଜେଡି ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ କଳିକେଶ

jsmm

ଲୋଇସିଂହା, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଲୋଇସିଂହା ବିଜେଡି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବଲାଙ୍ଗିର ପୁର୍ବତନ ସାସଂଦ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ଲୋଇସିଂହା ଗ୍ରାମ ପଞ୍ଚାୟତରେ ଜନସଚେତନତା ଅଭିଯାନ କାର୍ୟ୍ୟକ୍ରମରେ ଲୋଇସିଂହା ସହରରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହିତ ଜନସାଧାରଣଙ୍କୁ ମହାମାରୀ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସଚେତନ କରାଇଥିଲେ ।

ଯୁବନେତା ନିତେଶ ଅଗ୍ରଓ୍ୱାଲଙ୍କ ନେତୃତ୍ବ ଏବଂ ଯୁବନେତା ପ୍ରକାଶ ମହାରଣାଙ୍କ ଦ୍ୱାରା ପରିଚାଲିତ ଏହି କାର୍ୟ୍ୟକ୍ରମରେ ଲୋଇସିଂହା ବିଜେଡିର ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀ, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ, ଛାତ୍ର ରାଜ୍ୟ ସମ୍ପାଦକ ସୁମନ ନନ୍ଦ, ଜିଲ୍ଲା ଆଇଟି ସଂଯୋଜକ ବିଭୁତି ଭୁଷଣ ମିଶ୍ର, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବରିହା ବରିଷ୍ଠ ନେତା ସଞ୍ଜିବ ମିଶ୍ର , ସହଦେବ ସା, ସମ୍ପତ୍ତି ନନ୍ଦ, ଶିବ ପ୍ରସାଦ ବେହେରା, ଜିତେନ୍ଦ୍ର ସ୍ବାଇଁ, ପଣ୍ଡା, ସୁଧିର ଦାନୀ, ଗଜିନ୍ଦ୍ର ପଧାନ , କମ୍ପାନୀ ରାଉତ , ହେମାଲ ମେଶ୍ବାଲ, ସାନ୍ତନୁ ହୋତା, ରୋହିତ ସେଠ , ଉଜ୍ଜ୍ବଳ ପଧାନ, ତ୍ରିନାଥ ସାହୁ, କୀର୍ତ୍ତନ ମେହେର , ସମିତି ସଭ୍ୟ ନନ୍ଦକିଶୋର ଭୋଇ, ଚନ୍ଦ୍ର ମଣୀ ମେହେର, କାଲିଆ ଧରୁଆ, ସରୋଜ ମହାକୁର, ଯଗପତି ଦାନୀ, ଅଜୟ ବେହେରା , ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.