ଲୋଇସିଂହା : ବିଶ୍ୱ ଆଦିବାସୀ ଦିବସ ପାଳିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଶ୍ୱ ଆଦିବାସୀ ଦିବସ ଅବସରରେ ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ ସଂଘର ମିଳିତ ଉଦ୍ୟମରେ ଲୋଇସିଂହାସ୍ଥିତ ଆଦିବାସୀ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଆଦିବାସୀଙ୍କ ମୂଳ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ବୀର ଆଦିବାସୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ଆଦିବାସୀ କଲ୍ୟାଣ ସଂଘ ସଭାପତି କାହ୍ନୁ ଚରଣ ପଧାନ ସଭାପତିତ୍ୱ କରିଥିଲେ । ଏଥିରେ ବକ୍ତା ଭାବେ ଗୋଣ୍ଡୱାନା ଗୋଣ୍ଡ ସଭାପତି ଶ୍ୟାମସୁନ୍ଦର ଭୋଇ ଯୋଗଦେଇ ଦେଶ ସ୍ୱାଧୀନତା ପାଇଁ ଆଦିବାସୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହିତ ବୀର ଆଦିବାସୀଙ୍କ ସ୍ମୃତିଚାରଣ କରିଥିଲେ । ଏହାସହ ଆଗାମୀ ଦିନରେ ଆଦିବାସୀଙ୍କ କଲ୍ୟାଣ ପାଇଁ ଆଜି ପରି ଦିନରେ ସମସ୍ତେ ଶପଥ ନେବା ଉଚିତ ବୋଲି ଆହ୍ୱନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଳଦେବ ଭୋଇ, ଗୋପାଳ ପଧାନ, ସତ୍ୟ ଦଳପତି, ଭୁବ ନେ ଶ୍ୱର ଧରୁଆ, ଦଶରଥ ଛତ୍ରିଆ, ପବିତ୍ର ଧରୁଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆଦିବାସୀଙ୍କତାଙ୍କ ମୌଳୋକ ଅଧିକାର, ସାମ୍ବଧାନିକ ଅଧିକାରରରେ ସରକାର ଅବହେଳିତ କରୁଛନ୍ତି ବୋଲି କହିବା ସହିତ ଚଳିତ ଆଇଏଏସ ଫଳାଫଳ ତାର ଜ୍ୱଳନ୍ତ ଉଦାହରଣ ବୋଲି ପ୍ରକାଶ କରିଥିଲେ । ଏହାସହ ସାମାଜିକ, ଶିକ୍ଷା,ସ୍ୱାସ୍ଥ୍ୟ , ଚାକିରୀ କ୍ଷେତ୍ରରେ ସମସ୍ତ ଆଦିବାସୀ ଭାଇଭଉଣୀ ସାମୁହିକ ଭାବେ କାମ କରି ସାମ୍ବଧାନିକ ଅଧିକାରକୁ ସଫଳ କରିବା ପାଇଁ ମଧ୍ୟ ଆହ୍ନନ ଦେଇଥିଲେ । ନ ହେଲେ ଆଗାମୀ ଦିନରେ ଆନେ୍ଦାଲନାତ୍ମକ ପନ୍ଥା ଗ୍ରାହଣ କରାଯି୮ବ ବୋଲି ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହାସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ରୁକ୍ମଣ ଧରୁଆ, ଲଲିତ ମୋହନ ପୁଟା, ପ୍ରଶାନ୍ତ କହେଣ୍ଡା, ଗୋବର୍ଦ୍ଧନ ଧରୁଆ, ମଙ୍ଗଳୁ ଧରୁଆ ସମେତ ବହୁ ଆଦିବାସୀ କର୍ମକର୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.