ହରିଶଙ୍କରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କର ଠାରେ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନା, ସମ୍ମାନିତ ଅତିଥି ରୁପେ ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଂଜନ ପତି, ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁଡ ପ୍ରମୁଖ ଯୋଗ ଦେଇଥିଲେ । ହରିଶଙ୍କର ଝରଣା ପାଖରେ ଫୁଲଗଛ ଓ ଚନ୍ଦନ ଗଛ ରୋପଣ କରା ଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ବୃକ୍ଷରୋପଣ ସହ ସବୁଜ ସୁନ୍ଦର କରିବାକୁ ଆଲୋଚନା ହୋଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ମିଶ୍ର, ଅଭୟ ତ୍ରିପାଠୀ, ଜ୍ୟୋତିରଂଜନ ପଣ୍ଡା, ସଦାଶିବ ସରାଫ, ବଂଶିଧର ସେଠ, ରୁଲୁ ବେହେରା, ବିମଳ ରଂଜନ ସାହୁ, ମନୋଜ ଦାଶ, ଉମାକାନ୍ତ ପଧାନ, ରାହାସ ବିହାରୀ ପଧାନ, ଭୋଜରାଜ ବରିହା, ହରିଶଙ୍କର ମନ୍ଦିର ପରିଚାଲକ ଗୁପ୍ତେଶ୍ୱର କୁଅଁର, ବିପିନ ବିହାରୀ ପଟେଲ, ସଂଜୀବ ସାହୁ, ଭାଗ୍ୟବନ୍ତ ସାହୁ, ଫରେଷ୍ଟ ଗାର୍ଡ ବିଘ୍ନରାଜ ପୋଡ, ମହେନ୍ଦ୍ର କାଲସାଏ ମନ୍ଦିର ପୂଜକ ନରସିଂହ ପୁଝାରୀ , ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.