କେ, ଭି କଲେଜରେ ଜାତୀୟ ସଂପାନ ଉଦ୍‌ଯାପିତ

  • ସାହିତ୍ୟ ଜୀବନ ଓ ଜାଗରଣର ସନ୍ଦେଶ ଦେଉ
  • ପାଠକୀୟ ଉଦାସୀନତା ଜାତିର ଅଧୋଗତିର କାରଣ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ସାହିତ୍ୟ ଜୀବନ ଓ ଜାଗରଣର ସନ୍ଦେଶ ଦେଉ । ପାଠକୀୟ ଉଦାସୀନତା ଜାତିର ଅଧୋଗତିର କାରଣ । ସମାଜକୁ ସାହିତ୍ୟ ମାର୍ଗଦର୍ଶନ ଦିଏ । ପୁସ୍ତକ ହେଉଛି ଜାତିର ଆତ୍ମା, ଏ ମତ ପ୍ରକାଶ ପାଇଛି କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ୨ ଦିନିଆ ଜାତୀୟ ସଂପାନର ଉଦ୍‌ଯାପନୀ ଉତ୍ସବରେ । ସୂଚନା ଯୋଗ୍ୟ ଯେ, କେଭି କଲେଜର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ୨ ଦିନିଆ ଜାତୀୟ ସଂପାନ ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ ସାମାଜିକ ବାସ୍ତବତା ବିଷୟରେ ଏକ ଜାତୀୟ ସମ୍ପାନ ଆୟୋଜିତ ହୋଇଯାଇଛି । ସଂପାନର ଦ୍ଵିତୀୟ ଦିନର ପ୍ରଥମ ଅଧିବେଶନର ବିଷୟ ଥିଲା ଓଡ଼ିଆ କବିତା ଓ ନାଟକ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା । ସମ୍ବଲପୁର ବିଶ୍ୱ ବିଦ୍ୟାକୟର ଓଡ଼ିଆ ପ୍ରଫେସର ଡ଼ଃ. ଗୋପୀନାଥ ବାଗଙ୍କ ସଭାପତିତ୍ୱରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାକୟର ପ୍ରଫେସର ଡ଼ଃ. ପରୀକ୍ଷିତ ଭୋଇ, ଡ଼ଃ. ରଞ୍ଜନ କୁମାର ସେଠି, ଡ଼ଃ. ଶ୍ରୀକାନ୍ତ କୁମାର ବାରିକ, ପ୍ରଫେସର ଡ଼ଃ. କୌତୁକ ପନ୍ଦର, ବିଶ୍ୱ ଭାରତୀ ଶାନ୍ତିନିକେତନରୁ ଆସିଥିବା ଗବେଷକ ସୁବାଷ ଭୋଇ, ସନ୍ତୋଷ ଭୋଇ, ଚିନ୍ମୟ ସାମଲ, ଯାମିନୀ ଦାସ, ସାମୁଏଲ ଦାନୀ, ଅର୍ଚନା ଅପରାଜିତା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶୁଭ୍ରାସୁ ବେହେରା ପ୍ରମୁଖ ପ୍ରବନ୍ଧ ପାଠ କରିଥିଲେ । ସଂପାନର ଉଦ୍‌ଯାପନୀ ଉତ୍ସବରେ ସ୍ନାତକୋତ୍ତର ବିଭାଗର ମୁଖ୍ୟ ଡ଼ଃ. ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବରିଷ୍ଠ ସାହିତ୍ୟକ ତୁଳସୀ ରାମ ଜେନ, ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ । ବିଶିଷ୍ଟ ସାହିତ୍ୟିକ ଡ଼ଃ. ଇଞ୍ଜିନିଅର ସଞ୍ଜୟ କୁମାର ପଣ୍ଡା । ପ୍ରଫେସର ସବିତା ମହାପାତ୍ର ଉଦ୍‌ଯାପନୀ ଉତ୍ସବର ଆବାହନ କରିଥିବା ବେଳେ ରିପୋର୍ଟ ପାଠ କରିଥିଲେ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବାଗ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ବବିତା ଦେବଦର୍ଶିନୀ । ଅଧ୍ୟାପିକା ସୁଚିତ୍ରା ବେହରା, ଅଧ୍ୟାପକ ଯଶୋବନ୍ତ ମିଶ୍ର, ଡ଼ଃ. ସୁଶାନ୍ତ କୁମାର ମହାନନ୍ଦ, ନୀଳାମ୍ବର ସରକା, କରୁଣାକର ନାୟକ ପ୍ରମୁଖ ସମ୍ପାନ ଆୟୋଜନରେ ସହଯୋଗ କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀଗଣ ସ୍ୱାଗତ ଓ ବିଦାୟ ସଂଗୀତ ଗାନ କରିଥିଲେ । କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଏକ ଜାତୀୟ ସମ୍ପାନ ଆୟୋଜିତ ହୋଇଥିବାରୁ ସମସ୍ତେ ଖୁସି ହୋଇଥିଲେ ।

Leave A Reply

Your email address will not be published.