କୂଅ ଭିତରେ ଖସି ପଡ଼ିଲା ହାତୀ

ଅନୁଗୁଳ : ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ହାତୀଟି ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା । ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ଖସିପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ କୂଅ ଚାରି ପାଖକୁ ଖୋଳି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ହାତୀକୁ ବାହାର କରିଛନ୍ତି ।

Leave A Reply

Your email address will not be published.