pr

କୋଶଲ ଆନ୍ଦୋଳନ ଓ କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ପ୍ରେସ୍‌ ଓ ମିଡ଼ିଆ କମିଟି ଗଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟିର ନିଷ୍ପତ୍ତି କ୍ରମେ ଏକ ପ୍ରେସ୍‌ ଓ ମିଡ଼ିଆ କମିଟି ଗଠନ କରାଯାଇଛି । ଏହି କମିଟି ହିଁ କେବଳ ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌, ହ୍ୱାଟ୍‌ସ୍‌ଆପ୍‌, ଟ୍ୱିଟର କିମ୍ବା ଇଷ୍ଟାଗ୍ରାମ ପ୍ରଭୃତି ମାଧ୍ୟମରେ ବିବୃତି ଦିଅନ୍ତି କିମ୍ବା ପୋଷ୍ଟ କରନ୍ତି ତବେ ତାହା ସେମାନଙ୍କର ବ୍ୟକ୍ତିଗତ ମତ ବୋଲି ପରିଗଣିତ ହେବ । ସଂଗଠନର ନିଷ୍ପତ୍ତି ଅନୁଯାୟୀ ପୂର୍ବତନ ବିଧାୟକ କାର୍ତ୍ତିକ ପ୍ରସାଦ ତରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସମନ୍ୱୟ ସମିତିର କେନ୍ଦ୍ରୀୟ ସାଧାରଣ ସଂପାଦକ ସୁନୀଲ ପୁରୋହିତ ଆବାହକ ରହିବେ ଏବଂ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଂଗଠକ ଶରତ କୁମାର ହୋତା, କେଦାର ମିଶ୍ର, ବରିଷ୍ଠ ଆଦିବାସୀ ନେତା ପ୍ରମୋଦ ଝାଙ୍କର ପ୍ରମୁଖ କମିଟିର ସଦସ୍ୟ ରହିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଶଲ ରାଜ୍ୟ ସମନ୍ୱୟ ସମିତି ଅନେକ କୋଶଲବାଦୀ ବ୍ୟକ୍ତି ଓ ସଂଗଠନ ଗୁଡ଼ିକୁ ନେଇ ଗଠିତ ଏକ ବୃହତ ସଂଗଠନ । ଏଥିରେ ପ୍ରାୟ ୬୦ ହଜାରରୁ ଊଦ୍ଧ୍ୱର୍ ସଦସ୍ୟ ତଥା ଲକ୍ଷାଧବକ ସମର୍ଥକ ଅଛନ୍ତି । କୁହାଯାଇଛି ଯେ, ଅନେକ ସମୟରେ ଅଳ୍ପ ବୟସ୍କ କିଛି ଯୁବକ କୋଶଲ ରାଜ୍ୟ ସମନ୍ୱୟ ସମିତି ଓ ତାର ନେତୃତ୍ୱ ବିରୁଦ୍ଧରେ ଉଦ୍ଦେଶ୍ୟମୂଳକ ଭାବରେ କୁତ୍ସ।।ରଟନା କରି କୋଶଲ ରାଜ୍ୟ ଆନ୍ଦୋଳନକୁ ଦୁର୍ବଳ କରିବା ସହ ପରୋକ୍ଷରେ ଉପକୂଳ ଓଡ଼ିଶାର ସ୍ୱାର୍ଥସାଧନ କରିବାକୁ ଚେଷ୍ଟା କରୁଛନ୍ତି । କୋଶଲ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି ଗ୍ରହଣ କରିଛି ଯେ ଆଗକୁ ଯଦି କେହି କୋଶଲ ଆନ୍ଦୋଳନ, ତାର ନେତୃତ୍ୱ କିମ୍ବା କୋଶଲ ରାଜ୍ୟ ସମନ୍ୱୟ ସମିତି ବିରୁଦ୍ଧରେ କିଛି ବିଭ୍ରାନ୍ତିକର କିମ୍ବା ଉଦ୍ଦେଶ୍ୟମୂଳକ ପ୍ରଚାର କଲାପରି ସୋସିଏଲ୍‌ ମିଡ଼ିଆରେ ପୋଷ୍ଟ କିଏ କରେ, ତେବେ ତା ବିରୁଦ୍ଧରେ ସାଇବର କ୍ରାଇମ ଅପରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ସୋସିଏଲ ମିଡ଼ିଆରେ କେବଳ କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଫିସିଏଲ ଏକାଉଣ୍ଟରେ ହିଁ ହୋଇଥିବା ପୋଷ୍ଟକୁ ସମନ୍ୱୟ ସମିତିର ଅଧକାରିକ ମତ ବୋଲି ଗ୍ରହଣ କରି ବାକି ସମସ୍ତ ପୋଷ୍ଟକୁ ବ୍ୟକ୍ତିଗତ ବୋଲି ଗଣନା କରାଯିବ ବୋଲି ଏହି ବିଜ୍ଞପ୍ତି ଜରିଆରେ କେଏସ୍‌ସିସିର କେନ୍ଦ୍ରୀୟ ସାଧାରଣ ସଂପାଦକ ସୁନୀଲ ପୁରୋହିତ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.