କେଉଁଟ, କୈବର୍ତ୍ତ, ଧିବର ହଟାଓ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ଆବାହକ ଡିଙ୍ଗର କୁମ୍ଭାରଙ୍କ ପ୍ରେସ୍‌ ବିଜ୍ଞପ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଧାରଣ ନିର୍ବାଚନ ଦୀର୍ଘ ୨୫ ବର୍ଷର ବିଜେଡି ସରକାର ବିରୋଧରେ ଏକ ଦୃଢ ଜନମତ । ଏହି ଜନମତ ପଶ୍ଚିମ ଓଡିଶା ପ୍ରତି ସାମଗ୍ରିକ ଅବହେଳା ସହିତ ଦଳିତ ବିରୋଧି କାର୍ଯ୍ୟକଳାପର ଏକ ପ୍ରତିଫଳନ ମାତ୍ର । ହୁଏତ ହେଇପାରେ ଉପକୂଳ ଅଂଚଳରେ ପାଣ୍ଡିଆନ୍‌ ବାବୁଙ୍କ ଏକଟାଟିଆ କାର୍ଯ୍ୟକଳାପର ବିରୁଦ୍ଧରେ ପୁଞ୍ଜିଭୁତ ଅସନ୍ତୋଷର କାରଣ ଅନ୍ୟତମ ଯାହା ତାଙ୍କ ଅଂଚଳ ପାଇଁ ଏକମାତ୍ର ଇସୁ । ଅମିତ ସାହାଙ୍କ ନକଲି ବା ଅଣସାମ୍ବିଧାନିକ ଅନୁସୂଚିତ ଜାତି, ଜନଜାତି ସଦସ୍ୟକୁ ଜାତି ତାଲିକାରୁ ବାଦ ଦେବା ପରି ପ୍ରତିଶୃତି ପ୍ରତି ଦୃଢ ଆସ୍ଥା ରଖି ଓଡିଶାର ଦଳିତ ଓ ଆଦିବାସୀ ଭୋଟର ବିଜେପି ଉପରେ ଆସ୍ଥା ରଖିଥିବା ବର୍ତ୍ତମାନର ରାଜ୍ୟ ଓ କେନ୍ଦ୍ର ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ନକଲି ଆଦିବାସୀ ହଟାଓ ଆନ୍ଦୋଳନ ସହିତ ନକଲି ଅନୁସୂଚିତ ଜାତି ହଠାଅ ଆନ୍ଦୋଳନକୁ ବିଜେଡି ସରକାର ଭୃକ୍ଷେପ ନକରି ଆଦିବାସୀମାନଙ୍କ ତାଲିକାରେ ମାଲି ଓ ରଣାଙ୍କୁ ନେବା ଓ କେଉଁଟ, କୈବର୍ତ୍ତ, ସଂକ୍ଷେପରେ କେକେଡିକୁ ଅହେତୁକ ଅନୁକମ୍ପା ଦେଖାଇ ଅସ୍ଫୃଶ୍ୟ ଅନୁସୂଚିତ ଜାତି ତାଲିକାରେ ପଛୁଆ ବର୍ଗର ଏହି ସମୁହକୁ ହାତ ବାରିସି କରି ସଂରକ୍ଷଣ ସୁବିଧାର ପୁରୋଧା ସଜାଇଥିବା, ଦଳିତ ବିରୋଧି ଷଡଯନ୍ତ୍ରର ଏକ ଅଦୃଶ୍ୟ ମାତ୍ର ପ୍ରାୟୋଜିତ ପ୍ରତିଶୋଧ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡିଶା ସାରା ବିଶେଷ କରି ପଶ୍ଚିମ ଓଡିଶାରେ କେଉଁଟ, କୈବର୍ତ୍ତ, ଧିବରଙ୍କୁ ଅନୁସୂଚିତ ଜାତି ତାଲିକାରୁ ବାହାର କରିବାକୁ ସର୍ବସାଧାରଣରେ ର‍୍ୟାଲି, ଅନଶନ, ଭୁକ ହରତାଲ, ପ୍ରେସ ମିଟ, ଆସେମ୍ଲି ଘେରାଓ ଆଦି କରିବା ସଙ୍ଗେ ସଙ୍ଗେ ଅନୁସୂଚିତ ଜାତିର ଆୟୋଗର ନିର୍ଦ୍ଦେଶ କ୍ରମେ ତିନୋଟି ରାଜସ୍ୱ କମିଶନରଙ୍କୁ ୮ ସପ୍ତାହ ମଧ୍ୟରେ ୮ ଜଣ ରାଜନୈତିକ ସଂରକ୍ଷଣର ପୃଷ୍ଠପୋଷକତା ହାସଲ କରିଥିବା ବ୍ୟକ୍ତି ବିଶେଷ ବିରୁଦ୍ଧରେ ଅନୁସନ୍ଧାନ କରି ରିପୋର୍ଟ ଦାଖଲ କରିବାକୁ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ନୋଟିସ ନଂ. ଡବ୍ଲୁପିସି୭୩୫୦/୨୦୨୪ କରିଛନ୍ତି, ମାତ୍ର ମୁଷ୍ଟିମେୟ ଦଳିତ ବିରୋଧି ବିଜେଡି ଦଳ ତାହାକୁ ଚପେଇ ରଖି ଏହି ନିର୍ବାଚନରେ କେଉଁଟ, କୈବର୍ତ୍ତ, ଧିବରଙ୍କୁ ସଂରକ୍ଷିତ ଆସନର ଫାଇଦା ନେବାକୁ ରାସ୍ତା ସୁଗମ ଓ ପ୍ରସସ୍ତ କରିଛନ୍ତି । ଏହି ଆନ୍ଦୋଳନର ତଥା କୋସଲ ଆନ୍ଦୋଳନକୁ ପ୍ରତିହତ ତଥା ଚପେଇ ଦେବା ପାଇଁ ଆକ୍ରୋଶମୂଳକ ଭାବରେ କେଉଟ, କୈବର୍ତ୍ତ ଧିବର କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ଆବାହକ ଡିଙ୍ଗର କୁମ୍ଭାରଙ୍କ ନାଁରେ ମିଥ୍ୟା ତଥା କପୋଳକଳ୍ପିତ ୧୧୦ ସିଆର୍‌ପିସି ଓ ୧୧୧ ସିଆର୍‌ପିସିରେ ନୋଟିସ୍‌ କରି ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ବିଜେଡି ବିରୋଧି ତତ୍ତ୍ୱକୁ ଚୁପ କରିବା ହିନ ପ୍ରୟାସ କରିଛନ୍ତି । ଯାହାକୁ ପ୍ରତିହତ କରିବାକୁ ହାଇକୋର୍ଟର ଦ୍ୱାରସ୍ତ ହେବାକୁ ପଡିଛି । ବିଜେଡି ସରକାରରେ ଅନୁସୂଚିତ ଜାତି ୨୫ ବର୍ଷ ଧରି ସାମାଜିକ, ଅର୍ଥନୈତିକ, ଶୈକ୍ଷିକ, ବୈଷୟିକ, କୃଷି ଆଦି ସମସ୍ତ କ୍ଷେତ୍ରରେ ଅଣଦେଖା କରିବା ଅନୁଭୁତି ବଲାଙ୍ଗିର ଜିଲ୍ଲାରେ ବିଜେଡି ଦଳର ଶୋଚନୀୟ ପରାଜୟ ଅନ୍ୟଏକ କାରଣ ଏହି ପ୍ରତାରଣ, ଅଣଦେଖାର ପୁନର୍ବାର ରୁପାୟନ ୮୫ ଲକ୍ଷ ଅନୁସୂଚିତ ଜାତି ଓଡିଶାଙ୍କ ବିରୁଦ୍ଧରେ ନହେଉ ଏବଂ ଭାରତୀୟ ଜନତା ପାର୍ଟି ପାଖରେ ଦୃଢ ଆସ୍ଥା ଓ ବିଶ୍ୱାସ ରଖୁଁ ଯେ, ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି କେନ୍ଦ୍ରରେ ବିଭୁ ପ୍ରସାଦ ତରାଇ, ଡ. ରବିନ୍ଦ୍ର ନାରାୟଣ ବେହେରା ପରି ନିର୍ବାଚିତ ସାଂସଦଙ୍କୁ ସାମ୍ବିଧାନିକ ପଦ ପଦବିରେ ଅଭିସିକ୍ତ କରା ନ ହେଉ କାରଣ ତାଙ୍କ ବିରୁଦ୍ଧରେ ଜାତି ପ୍ରମାଣପତ୍ର ନେଇ ରାଜସ୍ୱ କମିଶନରଙ୍କ ପାଖରେ ଅନୁସନ୍ଧାନ ସ୍ଥଗିତ ଅଛି । ତାଙ୍କ ଜାତି ପ୍ରମାଣପତ୍ରର ବୈଧତାର ଯାଞ୍ଚ ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମତେ (ଲତିକା ଖମାରି ଭରସେସ ସର୍ବୋଚ୍ଚ ନ୍ୟାୟାଳୟ) ରାଜସ୍ୱ କମିଶନର କଟକଙ୍କ ଦ୍ୱାରା ୮ ସପ୍ତାହ ମଧ୍ୟରେ ଜିଲ୍ଲା ଆରକ୍ଷିକ ଅଧିକାରୀ ମାନଙ୍କ ଦ୍ୱାରା ବିଗତ ୪୦ ବର୍ଷର ଜାତି ଭିତ୍ତିକ ଅନୁସନ୍ଧାନ ଚାଲିଛି । ଠିକ୍‌ ସେହିପରି ଓଡିଶାରେ ଡ. ମୁକେଶ ମହାଲିଙ୍ଗଙ୍କ ବିରୁଦ୍ଧରେ ରାଜସ୍ୱ କମିଶନର ସମ୍ବଲପୁର ମାଧ୍ୟମରେ ଅନୁସନ୍ଧାନ ଚାଲିଛି । ଯେ, ପର୍ଯ୍ୟନ୍ତ ଏହି ଅନୁସନ୍ଧାନ ସମାପ୍ତ ହୋଇନାହିଁ ଏବଂ ଅନୁସୂଚିତ ଜାତି ଆୟୋଗ ପାଖରେ ରିପୋର୍ଟ ହସ୍ତଗତ ହୋଇନାହିଁ ତାଙ୍କୁ ସମ୍ବିଧାନିକ ପଦ ପଦବିରେ ଦୂରେଇ ରଖାଯାଉ । ବିଜେଡି ସରକାରର ପ୍ରିୟାପ୍ରିତି ତୋଷଣ ଯୋଗୁଁ ଏହି ଅନୁସନ୍ଧାନ ପ୍ରକ୍ରିୟା ବାରମ୍ବାର ସ୍ମରଣପତ୍ର ଦେବା ସତ୍ତ୍ୱେ ୨୦୧୮ ମସିହାରୁ ଚପେଇ ରଖାଯାଇଛି । ଆମ୍ଭେ ଓଡିଶାର ପ୍ରକୃତ ୮୫ ଲକ୍ଷ ଅନୁସୂଚିତ ଜାତି ସମୁହ ଏହି ନ୍ୟାୟ ଭିକ୍ଷା ଭାରତୀୟ ବିଜେପି ଦଳ ପାଖରେ କରୁଁ ।

Leave A Reply

Your email address will not be published.