ହାର୍ଡକୋର୍‌ କୋଇଲା ଲୁଟ୍‌ ହେଉଥିବା ବେଳେ ଧରିଲା ଏସଟିଏଫ୍‌

କଟକ : ଏସଟିଏଫ ହାବୁଡରେ କୋଇଲା ଚୋର । କଟକ ଚୈାଦ୍ୱାର ଅଞ୍ଚଳରେ ଏସଟିଏଫ ବଡ ଧରଣର ଚଢାଉ କରି ଦାମୀ ହାର୍ଡକୋର କୋଇଲା ଜବତ କରିଛି । ଏସବୁ କୋଇଲା ଗୁଡିକୁ ବେଆଇନ୍‌ ଭାବେ ଡିପୋରେ ବାହାର କରାଯାଇ ପୁଣି ଓଦା କୋଇଲା ଲୋଡ୍‌ କରି ଦାମୀ ଲୋଡ୍‌ କରି ଚାଲାଣ କରାଯାଉଥିବା ସୂଚନା ମିଳିଛି । କୋଇଲା ବୋଝେଇ ଟ୍ରକ ଯାଜପୁର ଜିଲ୍ଲାରୁ ଆସି ରାୟପୁର ଚାଲାଣ କରାଯାଉଥିବା ଏସଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ୮ରୁ ଉଦ୍ଧ୍ୱର୍ ଟ୍ରକ ଜବତ ହୋଇଥିବା ବେଳେ ୧୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ୍‌ । ଜବତ କୋଇଲାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.