oom

ପାଇକମାଲରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ଲକ ସ୍ତରୀୟ ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ବ୍ଲକ ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରତିନିଧି ସରୋଜ ସାମଲ ଓ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା, ଅତିରିକ୍ତ ବିଡ଼ିଓ ଦେବାଶିଷ ସେହ୍ନା, ନିତି ଆୟୋଗ ଅଧିକାରୀ ମଧୁସ୍ମିତା ବେହେରା ପ୍ରମୁଖ ଯୋଗଦେଇଥିଲେ । ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ସଭା ପରିଚାଳନା କରିଥିଲେ । ବିଭିନ୍ନ ଗାଁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପାରମ୍ପାରିକ ଖାଦ୍ୟ ପ୍ରଣାଳୀ ଓ ଉପକାରିତା ଉପରେ ଅନୁଧ୍ୟାନ କରିଥିଲେ । ଏଣ୍ତୁରି, ପୋଡ ପିଠା, ମାଣ୍ଡିଆ ପିଠା, ମୁଗବରା, କାକରା, ଆରିସା, ଦହିବରା ଆଳୁଦମ, ଚାଟ, ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଏଠାରେ ତିଆରି କରି ପ୍ରଦର୍ଶିତ କରିଥିଲା । ପାରମ୍ପରିକ ଖାଦ୍ୟ ଗୁଡ଼, ଚାଉଳ ଚୁନା, ବିରି, ମାଣ୍ଡିଆ, ମୁଗ ଭଳି ସ୍ୱାସ୍ଥ୍ୟକର ସାମଗ୍ରୀ ତିଆରି ହୋଇ ପ୍ରଦର୍ଶିତ ହୋଇଥିଲା । ପ୍ରତିଦିନ ପିଲାଙ୍କ ଟିଫିନ୍ ବାକ୍ସରେ ଫାଷ୍ଟଫୁଡ ବଦଳରେ ଏହି ପାରମ୍ପରିକ ଖାଦ୍ୟ ବ୍ୟବହାର ପାଇଁ ମା ମାନେ ଧ୍ୟାନ ଦେଲେ ଏକ ନୀରୋଗ ସମାଜ ଗଠନରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୨୯ଟିଏସଏଚଜିଫର୍ମ ନେଇଥିବା ବେଳେ ୧୪ଟି ଏସଏଚଜି ଆବେଦନ କରିଥିବା ବେଳେ ୧୧ଟି ଏସଏଚଜି ଦଳ ଅଂଶଗ୍ରହଣ କରିଥିଲେ । ବିପିସି ରବିଶଙ୍କର ନାଏକ କାର୍ଯ୍ୟକ୍ରମ ଉଦେଶ୍ୟ କହିଥିବା ବେଳେ ବିଚାରକ ଭାବରେ ଶିକ୍ଷୟିତ୍ରୀ ସଙ୍ଗୀତ ସାହୁ, ବିଏସଏସଓ ଭବାନୀ ପଟେଲ, ସିଡିପିଓ ବାସନ୍ତୀ ପୃର୍ତୀ ଥିଲେ । ପ୍ରଥମ ସ୍ଥାନରେ ପାଇକମାଳ ମାଁ ଗାୟିତ୍ରୀ ଏସଏଚଜି ଓ ଦ୍ୱିତୀୟ ସ୍ଥାନରେ ପାଇକମାଳ ମାଁ ଲକ୍ଷ୍ମୀ ଏସଏଚଜି ପୁରସ୍କୃତ ହୋଇଛନ୍ତି । କାର୍ଯ୍ୟକ୍ରମରେ ସୁଭଦ୍ରା ହେଲ୍ପ ଡେକ୍ସ ବିଶ୍ଵାମିତ୍ର ତାଣ୍ଡି ଓ ଉମେଶ ବିନ୍ଧାଣି ପରିଚାଳନାରେ ସହଯୋଗ କରିଥଲେ । ବିପିସି ଶ୍ରୀ ନାଏକ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.