pr

କେନ୍ଦୁପତ୍ର ଶ୍ରମିକଙ୍କ ସମସ୍ୟା : ଡିଏଫଓ କାର୍ଯ୍ୟାଳୟ ଘେରାଉ ନିଷ୍ପତ୍ତି

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୋଳାଳୀ, ବନ୍ଧେଇ ଶ୍ରମିକଙ୍କ ବିଭିନ୍ନ ଦାବୀ ନେଇ ପଦ୍ମପୁର କେନ୍ଦୁପତ୍ର ଡିଏଫଓ.ଙ୍କ କାର୍ୟ୍ୟାଳୟ ଘେରାଉ କରିବା ପାଇଁ ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛି । ପାଇକମାଲ କେନ୍ଦୁପତ୍ର ଅତିଥି ଭବନ ଠାରେ ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ରାଜ୍ୟ ସଂପାଦକ କୋକିଳ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ଡିଭିଜନ ଅନ୍ତର୍ଗତ ୯ଟି ରେଞ୍ଜର ହେଡ୍‌ଚେକର୍‌, ସର୍କଲ ଚେକର୍‌, ରେଞ୍ଜ ସଂପାଦକ, ୱାଚର୍‌, ତୋଳାଳୀ ଆଦି ଶତାଧିକ ସଦସ୍ୟ ଯୋଗ ଦେଇଥିଲେ । ପଦ୍ମପୁର ଡିଏଫଓ.ଙ୍କ କେତେକ ବେଆଇନ୍ ନିଷ୍ପତ୍ତି, ସିଜିନାଲ କର୍ମଚାରୀଙ୍କ ପ୍ରମୋଶନ, କେନ୍ଦୁପତ୍ର ତୋଳାଳୀଙ୍କୁ ୧୦ ଚଟା ପତ୍ରରେ ଶ୍ରମିକ ମଙ୍ଗଳ ପାଣ୍ଠିରେ ସାମିଲ କରିବା, କେତେକ ଫଡି ଘରେ ରଚେଇ, ବୁହେଇ, ଫଡି ମରାମତିରେ ସରକାରୀ ଅର୍ଥ ଆତ୍ମସାତ କରିବା ତଦନ୍ତ, ମୃତ୍ୟୁବରଣ କରିଥିବା ସିଜିନାଲ କର୍ମଚାରୀମାନଙ୍କୁ ଶ୍ରମିକ ମଙ୍ଗଳ ପାଣ୍ଠିରେ ସହାୟତା ଯୋଗାଇ ଦେବା, ଅବସର ପ୍ରାପ୍ତ ସିଜିନାଲ କର୍ମଚାରୀମାନଙ୍କୁ ଗ୍ରାଚୁଏଟି ପ୍ରଦାନ କରିବା ଆଦି ଦାବୀକୁ ନେଇ ଡିଏଫଓ.ଙ୍କ କାର୍ୟ୍ୟାଳୟ ଘେରାଉ ପାଇଁ ସଂଘର ଏହି ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । କୋଭିଡ ନିୟମ ଆଧାରରେ ଆନ୍ଦୋଳନ ହେବା ସହ ଏହି ଆନ୍ଦୋଳନ ପାଇଁ ଅନୁମତି ପ୍ରଦାନ କରିବା ସକାଶେ ସଂଘ ତରଫରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଜଣାଇବା ପାଇଁ ସ୍ଥିର କରାଯାଇଥିଲା । କେନ୍ଦୁପତ୍ର କର୍ମଚାରୀ ସଂଘର ଏହି ବୈଠକରେ ସଂଘର ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଣ୍ତା, ରାଜେନ୍ଦ୍ର ପ୍ରସାଦ ଯୋଶୀ, ରୁଶଭ ପ୍ରଧାନ, ଚୁଡାମଣି ପାଣିଗ୍ରାହୀ, ବସନ୍ତ ସାହୁ, ଭାତୀକ ନାଗ, ଜୟ କୁମାର ତାଣ୍ତି, ନିମାଇଁ ଚରଣ ବୋଗରିଆ, ଅରମାନ ଖାଁ, ନାରାୟଣ ସାହୁ, ଜଗବନ୍ଧୁ ମିର୍ଦ୍ଧା ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ । ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବ ଓ କେନ୍ଦୁପତ୍ର ସଂସ୍ଥାର ପିସିସିଏଫ୍‌ଙ୍କୁ ଏ ଆନ୍ଦୋଳନ ବିଷୟରେ ଅବଗତ କରିବା ପାଇଁ ସ୍ଥିରୀକୃତ ହେଲା ।

nrusinghnath
Leave A Reply

Your email address will not be published.