କେବିକେ ଯୁଗ୍ମ ପ୍ରଶାସକ ଡ଼ଃ ନୃପରାଜ ସାହୁଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ : କେବିକେ ଅନୁଦାନ ପ୍ରାପ୍ତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରୀତାର ସମୀକ୍ଷା
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କେବିକେ ଯୁଗ୍ମ ପ୍ରଶାସକ ନୃପରାଜ ସାହୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର କେବିକେ ଅନୁଦାନ ପ୍ରାପ୍ତ ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ସେ ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଓଡିଶା ମିଶନ ଶକ୍ତିର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଚାଲିଥିବା ଜିଲ୍ଲାର ବିଭିନ୍ନ ସିଏଚସି ଓ ପିଏଚସି ସହ ମୁଖ୍ୟ ଡାକ୍ତରଖାନାରେ ନିର୍ମାଣଧୀନ କୋଠା, ଆନୁସଙ୍ଗିକ ଭିତିଭୂମି, ଗ୍ରାମାଞ୍ଚଳରେ ନିର୍ମାଣଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟକାରିତା, ସହସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ପ୍ରଭୁତିର କାର୍ଯ୍ୟକାରିତା ଉପରେ ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ବିଭାଗ ଗୁଡିକରେ ଚାଲିଥିବା ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ ସମାପନ କରିବା ଓ ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକୁ ସଫଳତାର ସହ ଲୋକଙ୍କୁ ପହଞ୍ଚାଇବା ନିମନ୍ତେ ଗୃରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକ ପରେ ଡ଼ଃ ସାହୁ ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ସମ୍ପୃକ୍ତ ବିଭାଗୀୟ ଆଲୋଚନା କରିଥିଲେ । ତତ୍ ପରେ ଡ଼ଃ ସାହୁ ସୋନପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ମଧ୍ୟ ବିଭାଗୀୟ କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ, ସୁବର୍ଣ୍ଣପୁର, ସୁକାନ୍ତ କୁମାର ଜେନା, ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ, ବିଭୁ ପ୍ରସାଦ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଏମ୍ଆଇ କିଶୋରଚନ୍ଦ୍ର ଆଚାର୍ଯ୍ୟ, ଇନଚାର୍ଜ ଡ଼ିଏସ ଡବ୍ଲୁ ଓ ଅନିତା ଗୁରୁ, ଡ଼ିଇଓ ଲକ୍ଷ୍ମଣ ଭୋଇ, ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦିଲୀପ କୁମାର ପଣ୍ଡା, ଡ଼ିଡବ୍ଲୁଓ ପାଲାକା ରବୀନ୍ଦ୍ର, ନିର୍ବାହୀ ଯନ୍ତ୍ରୀ ଆରଡବ୍ଲୁଡ଼ି ବୈକୁଣ୍ଠ ନାଥ ଷଡ଼ଙ୍ଗୀ, ରୋଶନ ଗାନ୍ଧୀ ଏଡ଼ି ପ୍ଲାନିଂ, ଦ୍ୟୁଳକଦ୍ୟୁତି ପ୍ରଧାନ ଏଇ ଏନ.ଏଚ.ଏମ, ସଞ୍ଜୟ କୁମାର ପଣ୍ଡା ଡେପୁଟି ମ୍ୟାନେଜର ଏନ.ଏଚ.ଏମ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।