
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଏନଆଇଟି କ୍ୟାମ୍ପସ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ତତ୍ତ୍ଵାବଧାନରେ ଇ -ୱେଷ୍ଟ ମେନେଜମେଣ୍ଟ ସମ୍ପର୍କିତ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ହୁଲ୍ଲାଡ଼େକ ରିସାଇକ୍ଲିଙ୍ଗ ପ୍ରାଇଭେଟ ଲିମିଟେଡ଼’ ଦ୍ୱାରା ଆୟୋଜିତ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖାର ଉପ ପରିବେଶ ଯନ୍ତ୍ରୀ ଇଂ.ବିଜୟ କୁମାର ଭୋଇ ଯୋଗ ଦେଇଥିଲେ । ମୁଖ୍ୟ ଵକ୍ତା ଭାବେ ଗବେଷିକା ଡଃ ସୀତାରଶ୍ମି ସାହୁ ଯୋଗଦାନ କରି ଆଲୋଚ୍ୟ ବିଷୟ ଉପରେ ପିପିଟି ଉପସ୍ଥାପନା କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶ ସଭାପତିତ୍ୱ କରିଥିଲାବେଳେ ଆବାହକ ଭାବେ ସାମ୍ବାଦିକ ତଥା ୱାଇଏମଏଫଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଆଲୋକପାତ କରିଥଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ପ୍ରଦାନ କରିଥଲେ । ବିବେକ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଇ ୱେଷ୍ଟ ମେନେଜମେଣ୍ଟ ସମ୍ପର୍କରେ ଏକ କୁଇଜ୍ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛଵିରାଣୀ ପ୍ରଧାନ, ପ୍ରମିଳା ଡୁଙ୍ଗତୁଙ୍ଗ, ମିନତୀ ଖମାରୀ, ହରିଶଙ୍କର କାମିଲା, ମମତା ସେନାପତି, ସୁଶାନ୍ତ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତା ପୂର୍ଵକ ସହଯୋଗ କରିଥିଲେ । ଏଥିରେ ସୁରେଖା ନାୟକ, ସାବିତ୍ରୀ ଦେଵୀ, ପ୍ରତିମା ଦେଵୀ ମଧ୍ୟ ଉପସ୍ଥିତ ଥିଲେ ।