oom

ନୂଆଁଖାଇ ଉପଲକ୍ଷେ କୋଭିଡ୍ କଟକଣା କୋହଳ କରାଯିବା ପାଇଁ ସିଭିଲ ସୋସାଇଟି ପକ୍ଷରୁ ଦାବୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର କୃଷିଭିତ୍ତିକ ପବିତ୍ର ମହାନ ଗଣପର୍ବ ନୂଆଁଖାଇ ଆସନ୍ତା ୨୩ ତାରିଖରେ ପାଳନ କରାଯିବ । ଏହି ସମୟରେ କୋଭିଡ୍-୧୯ ପାଇଁ ଲାଗୁ କରାଯାଉଥିବା କଟକଣାକୁ କୋହଳ କରାଯିବା ନିମନ୍ତେ ସିଭିଲ ସୋସାଇଟି, ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରେ ନିବେଦନ କରୁଛି । ସୂଚନାଯୋଗ୍ୟ ଯେ ଏହି ମହାନ ଗଣପର୍ବ ନୂଆଁଖାଇ ଜିଲ୍ଲାର ଗ୍ରାମାଂଚଳ ଠାରୁ ସହରାଂଚଳ ପର୍ଯ୍ୟନ୍ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବର୍ଗର ଲୋକେ ପାଳନ କରି ଆସୁଅଛନ୍ତି । ଏଥି ପାଇଁ ବାହାରେ ରହୁଥିବା ଲୋକମାନେ ମଧ୍ୟ ନିଜ ଭିଟାମାଟିକୁ ଆସି ପରିବାର ତଥା ବନ୍ଧୁବର୍ଗଙ୍କ ସହ ନୂଆଁଖାଇରେ ସାମିଲ ହୋଇଥାନ୍ତି । ଏଥି ପାଇଁ ସମସ୍ତ ପ୍ରକାର ଦୋକାନ ବଜାର ସ୍ୱତନ୍ତ୍ର ଭାବରେ ଖୋଲା ଯାଇଥାଏ । ଏହା ପୂର୍ବରୁ ବିଭିନ୍ନ ପ୍ରକାର ପର୍ବ ପର୍ବାଣୀରେ ଜିଲ୍ଲାର ଜନ ସାଧାରଣ ସରକାରଙ୍କୁ ସହଯୋଗ କରି ଆସିଅଛନ୍ତି । ସୁତରାଂ କୃଷିଭିତ୍ତିକ ନୁଆଁଖାଇ ଭଳି ଏକ ମହାନ ଗଣପର୍ବ ପାଳନ ନିମନ୍ତେ ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କଟକଣାକୁ କୋହଳ କରାଯିବା ପାଇଁ ସିଭିଲ ସୋସାଇଟି, ବଲାଙ୍ଗିରର ସଭାପତି ନୀଳମଣି ମିଶ୍ର, ଉପ-ସଭାପତି ପ୍ରଭାକାର ମିଶ୍ର, ମନରଂଜନ ସାହୁ, ସଂପାଦକ ମନରଂଜନ ମିଶ୍ର, ମାଲିଆ ଗଡୁଆ, ବିରଂଚି ହୋତା, ବିନୋଦ ବିହାରି ସିଂ, ଗୋପବନ୍ଧୁ ମିଶ୍ର, ଉପଦେଷ୍ଟା ପ୍ରମୋଦ କୁମାର ମିଶ୍ର, ଶ୍ରୀକର ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଦୃଢ ଦାବୀ କରିବା ସହ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ସହଯୋଗ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଅଛନ୍ତି ।

jittmm
Leave A Reply

Your email address will not be published.